ନିରୋଗ ରହିବା ପାଇଁ ଚାଲିବା ଅତ୍ୟନ୍ତ ଜରୁରୀ:ଡାକ୍ତର ସୁବଳ କିଶୋର କର

ବରଗଡ଼(ନବୀନ କୁମାର ଦାଶ):ପ୍ରତ୍ୟହ ଭୋର ରୁ ଚାଲିବା ଦେହ,ମନ, ଶରୀର ପାଇଁ ଅତ୍ୟନ୍ତ ଜରୁରୀ।ତେବେ ଯଦି ଖାଲି ପାଦରେ ଘାସ ଉପରେ ଚାଲିବା ଚକ୍ଷୁ ରୋଗ, ଯକୃତ ରୋଗ,ମଧୂମେହ,ହୃଦ ରୋଗ ଭଳି ଜଟିଳ ରୋଗରୁ ଉପଶମ ମିଳିଥାଏ ବୋଲି ଡାକ୍ତର ସୁବଳ କିଶୋର କର, ଡାକ୍ତର ଘନଶ୍ୟାମ ନାଥ ପ୍ରକାଶ କରିଛନ୍ତି।

ବରଗଡ଼ ରେ ଖାଲି ପାଦରେ ଚାଲିବା କଷ୍ଟକର କାରଣ କଣ୍ଟା,ଭଙ୍ଗାରୁଜା କାଚ, ଗୋଡ଼ି ପଥର ଆଦି ପାଦରେ ବାଜି ଫୋଡି ରକ୍ତାକ୍ତ ହେବା ସମ୍ଭାବନା ଅଧିକ ଥିବାରୁ ଏବଂ ଜର୍ଜ ହାଇସ୍କୁଲ ପଡ଼ିଆରେ ମଇଳା ଆବର୍ଜନା କାଚ ବୋତଲ ଆଦି ପଡୁଥିବାରୁ ବରଗଡ଼ ୱାର୍ଡ଼ ନଂ ୧୧ ରେ ଅବସ୍ଥିତ ମହାତ୍ମା ଗାନ୍ଧୀ ଶିଶୁ ଉଦ୍ୟାନ ବା ଗାନ୍ଧୀ ପାର୍କ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ଏବଂ ଉକ୍ତ ଡାକ୍ତର ଦ୍ୱୟ ପ୍ରତ୍ୟହ ଭୋର ୫ ଟାରୁ ୬ଟା ପର୍ଯ୍ୟନ୍ତ ଚାଲୁଥିବା ପ୍ରକାଶ କରି ଅନ୍ୟ ମାନଙ୍କୁ ଏଠାରେ ଚାଲିବା ପାଇଁ ପରାମର୍ଶ ଦେଇଛନ୍ତି।ଏଠାରେ ପ୍ରତ୍ୟହ ଡାକ୍ତର,ଇଂଜିନିୟର, ଆଇନଜୀବୀ, ପ୍ରଫେସର,ସାମ୍ବାଦିକ ଓ ସମସ୍ତ ବର୍ଗର ପୁରୁଷ,ମହିଳା,ପୁଅ,ଝିଅ ମାନେ ଯୋଗ ଦେଉଥିଲେ ।

ଆଜି ସଂଖ୍ୟା ନଗଣ୍ୟ ଥିଲା,ଏଣୁ ଆହୁରି ବ୍ୟକ୍ତି ବିଶେଷ ଏଠାକୁ ଆସିଲେ ଉଦ୍ୟାନର ଉନ୍ନତି ହେବା ସଙ୍ଗେ ସଙ୍ଗେ ସମସ୍ତେ ସୁସ୍ଥ ହୋଇ ପାରିବେ ବୋଲି ଏଠାକୁ ଆସୁଥିବା ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।ଉଦ୍ୟାନ ଦାୟିତ୍ଵରେ ଥିବା ବିଭୂତି ସାହୁ ପ୍ରୋତ୍ସାହନ ରାଶି ବଢ଼ାଇବା ପାଇଁ ପୌରାଧିକାରୀ ଙ୍କୁ ଅନୁରୋଧ କରିଛନ୍ତି।ଏହି ମନୋରମ ଉଦ୍ୟାନରେ ଛୋଟ ଛୋଟ ଶିଶୁମାନଙ୍କ ଠାରୁ ବୟସ୍କ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ଙ୍କ ପାଇଁ ମନୋରଞ୍ଜନ ସହିତ ଖାଲି ପାଦରେ ଘାସରେ ଚାଲିବା, ଟାଇଲ ରେ ଚାଲିବା,ଯୋଗ କରିବା ସହିତ ସମସ୍ତ ପ୍ରକାର ବ୍ୟାୟାମ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇଥିବାରୁ ନିଜ ସମୟ ବାହାର କରି ଗାନ୍ଧୀ ପାର୍କରେ କିଛି ସମୟ ବିତାଇବା କୁ ନିୟମିତ ଭାବେ ଆସୁଥିବା ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ଦାଶ ବିଶିଷ୍ଟ କଳାକାର ତଥା ସମାଜ ସେବୀ ସତ୍ୟ ନାରାୟଣ ପଣ୍ଡା, ଅଧ୍ୟାପକ ମାନ ଭଞ୍ଜନ ପାଣି ଗ୍ରାହୀ,ବରିଷ୍ଠ ଆଇନଜୀବୀ ରମେଶ କୁମାର ପତି, ସାମ୍ବାଦିକ ଜି. ଭି.ରାଓ ,ଲିଙ୍ଗରାଜ ପୁରୋ ହିତ,ପ୍ରଭୁ ପୋଦ୍ଦାର,ଦିଲ୍ଲୀପ ଅଗ୍ରୱାଲ,କୈଳାସ ଅଗ୍ରୱାଲ, ଅର୍ଚ୍ଚନା ମହାପାତ୍ର,ବାସନ୍ତୀ ଗଡତିଆ,ଅନୀଲ କାନସଲ, ଦିଲଦାର ହୁସେନ,ପଦ୍ମିନୀ ବରିହା,ଗୁଡିଆ ପୋପତାନୀ ଓ ଆହୁରି ଅନେକ ତଥା ୧୧ ନମ୍ବର କାଉନସିଲର ସୁନନ୍ଦା ପଣ୍ଡା ବରଗଡ ର ଜନସାଧାରଣଙ୍କୁ ଏଠାକୁ ଆସି ଦେହ ମନ ସୁସ୍ଥ ରଖିବା ପାଇଁ ଅନୁରୋଧ କରିଛନ୍ତି।

ସେୟାର କରନ୍ତୁ

Next Post

ପାର୍ବତୀଗିରି ମହିଳା ମହା ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ...

Sat Oct 25 , 2025
ବରଗଡ଼(ନବୀନ କୁମାର ଦାଶ): ସ୍ଥାନୀୟ ପାର୍ବତୀଗିରି ମହିଳା ମହା ବିଦ୍ୟାଳୟର ଶ୍ରେଣୀ ଗୃହରେ ଯୁକ୍ତ ତିନି ଅଭିଭାବକ ଓ ଶିକ୍ଷକମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରଞ୍ଜିତା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ,ନନ୍ଦିନୀ ନିରୋଦ ପଣ୍ଡା,ରାଧାକାନ୍ତ ମିଶ୍ର ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ଶୈକ୍ଷିକ ତଥା ବୌଦ୍ଧିକ ଉନ୍ନତି ଦିଗରେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ନିରବିଚ୍ଛିନ୍ନ ପ୍ରୟାସ ସଂପର୍କରେ ଆଲୋଚନା କରିଥିଲେ।ଅଧ୍ୟାପିକା ଡଃ.ସଂଘମିତ୍ରା ମିଶ୍ର […]

You May Like

Pin It on Pinterest