ପାର୍ବତୀଗିରି ମହିଳା ମହା ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ…

ବରଗଡ଼(ନବୀନ କୁମାର ଦାଶ): ସ୍ଥାନୀୟ ପାର୍ବତୀଗିରି ମହିଳା ମହା ବିଦ୍ୟାଳୟର ଶ୍ରେଣୀ ଗୃହରେ ଯୁକ୍ତ ତିନି ଅଭିଭାବକ ଓ ଶିକ୍ଷକମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି।

ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରଞ୍ଜିତା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ,ନନ୍ଦିନୀ ନିରୋଦ ପଣ୍ଡା,ରାଧାକାନ୍ତ ମିଶ୍ର ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ଶୈକ୍ଷିକ ତଥା ବୌଦ୍ଧିକ ଉନ୍ନତି ଦିଗରେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ନିରବିଚ୍ଛିନ୍ନ ପ୍ରୟାସ ସଂପର୍କରେ ଆଲୋଚନା କରିଥିଲେ।ଅଧ୍ୟାପିକା ଡଃ.ସଂଘମିତ୍ରା ମିଶ୍ର ଓ ଡଃ.ପ୍ରତାପ ଚନ୍ଦ୍ର ମହାକୁଡ଼ ଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି, ସହପାଠ୍ଯ କାର୍ଯ୍ୟକ୍ରମରେ ଭାଗିଦାରିତା,ଅଭ୍ୟାସ କାର୍ଯ୍ୟର ସଫଳ ସମ୍ପାଦନ ଦିଗରେ ଅଭିଭାବକମାନଙ୍କର ଭୂମିକା ସଂପର୍କରେ ଅବଗତ କରାଇ ଥିଲେ।

ଅଭିଭାବକ ମାନଙ୍କ ମଧ୍ଯରେ ସୁହାସିନୀ ଦାଶ, ଜ୍ଯୋସ୍ନାରାଣୀ କୁମ୍ଭାର,ପ୍ରତିଭା ପ୍ରଧାନ,ସୁନୟ ଦାଶ,ଧିରଜ ସାହୁ ପ୍ରମୁଖ ନିଜସ୍ବ ସୁଚିନ୍ତିତ ମତାମତ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଅଭିଭାବକ ଭାଗ ନେଇଥିଲେ।କାର୍ଯ୍ୟକ୍ରମକୁ ଆଇ.କ୍ଯୁ.ଏ.ସି ସଂଯୋଜିକା ପ୍ରାଧ୍ୟାପିକା ମଧୁସ୍ମିତା ନନ୍ଦ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡଃ. ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

୧୫ଜିଲ୍ଲା ପ୍ରଭାବିତ ହୋଇପାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

Sat Oct 25 , 2025
ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି’-‘ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ’-‘ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ’-‘ଜଳସମ୍ପଦ, ପଞ୍ଚାୟତିରାଜ, କୃଷି, ଶକ୍ତି ବିଭାଗକୁ ସଜାଗ କରିଛୁ’-‘ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ’-‘ଯଦି କେହି ପାଣିରେ ରୁହନ୍ତି, ରନ୍ଧା ଖାଦ୍ୟ ଯୋଗାଇବୁ’ ସେୟାର କରନ୍ତୁ

You May Like

Breaking News

Pin It on Pinterest