ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କଲା ଓଡ଼ିଶା ପୋଲିସ୍….

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ୩୧/୧୦ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସକୁ ଓଡ଼ିଶା ପୋଲିସ୍ ତରଫରୁ ଆଜି ଭୁବନେଶ୍ୱର ପୁରୁଣା ସହର (Old Town) ସ୍ଥିତ ନୂଆ ମାର୍କେଟ୍ କମ୍ପ୍ଲେକ୍ସ ଠାରେ ପୂର୍ଣ୍ଣ ଉତ୍ସାହର ସହ ପାଳନ କରାଯାଇଛି।

ସର୍ଦ୍ଦାର ପଟେଲଙ୍କ ଦେଶକୁ ଏକାଠି କରିବାର ଆଦର୍ଶ ତଥା ତାଙ୍କର ଏକତା ମୂଳକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀମାନେ ଯୋଗଦାନ କରିଥିଲେ।
​ମୁଖ୍ୟ ପରାମର୍ଶଦାତା ଶ୍ରୀ ରାଜେନ୍ଦ୍ର କୁମାର ସମର୍ଥ,
​ସମ୍ମାନିତ ଅତିଥି ଶ୍ରୀ ଧୀରେନ କୁମାର ପଟ୍ଟନାୟକ, ସମ୍ପାଦକ,
​ପୋଲିସ୍ ଅଧିକାରୀଗଣ,ଜୋନ୍‌ର ସହକାରୀ ପୋଲିସ କମିଶନର
​ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ଆଇଆଇସି ଲିଙ୍ଗରାଜ ଥାନା
​ସହଯୋଗୀ ସଂଗଠନ,ଏକାମ୍ର ବରିଷ୍ଠ ନାଗରିକ ମଞ୍ଚ,ଭୁବନେଶ୍ୱରର ସଦସ୍ୟବୃନ୍ଦ।
କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ:
​ମୁଖ୍ୟ ଅତିଥି ଶ୍ରୀ ସମର୍ଥ ଏବଂ ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ଭାରତର ଏକୀକରଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୫୦୦ରୁ ଅଧିକ ଦେଶୀୟ ରାଜ୍ୟକୁ ଭାରତ ସହିତ ମିଶାଇବାରେ ତାଙ୍କର କୁଶଳୀ ନେତୃତ୍ୱ ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ଓଡ଼ିଶା ପୋଲିସର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଏକାମ୍ର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କରି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ।ସର୍ଦ୍ଦାର ପଟେଲଙ୍କ ଏକତା ଓ ଆତ୍ମନିର୍ଭରଶୀଳତାର ବାର୍ତ୍ତାକୁ ସମସ୍ତ ନାଗରିକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମରେ ସଙ୍କଳ୍ପ ନିଆଯାଇଥିଲା।

ସେୟାର କରନ୍ତୁ

You May Like

Pin It on Pinterest