ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ର ସ୍ବାଗତ ସମାରୋହ ଆବାହନ-୨୦୨୫

ଭୁବନେଶ୍ୱର(ନି.ପ୍ର): ଖୋର୍ଦ୍ଧା ପିତାପଲ୍ଲୀ ସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ରେ ଏକ ସ୍ବାଗତ ସମାରୋହ “ଆବାହନ -୨୦୨୫” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ କୁ ମହାବିଦ୍ୟାଳୟ ର ମୂଖ୍ୟ ଶ୍ରୀ ଏସ୍.କେ.ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁଧାଂଶୁ ଶେଖର ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନ୍ଦୁଶ୍ରୀ ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରାଧ୍ୟାପକ ଡଃ ପ୍ରିୟବ୍ରତ ମହାନ୍ତି ଓ ମୂଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଡଃ ଲିଙ୍ଗରାଜ ପରିଡ଼ା ଯୋଗଦେଇଥିଲେ।

ଏହି ସମାରୋହରେ ମହାବିଦ୍ୟାଳୟ ର ଡିନ୍ ଅଫ୍ ଏକାଡେମୀକ୍ ଡଃ ପ୍ରସନ୍ନ କୁମାର ନାୟକ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସଂସ୍କାର ଉପରେ ଆଲୋକପାତ କରିବା ସହ ମୂଖ୍ୟ ପ୍ରଶାସକ ଶ୍ରୀ ବସନ୍ତ କୁମାର ପଣ୍ଡା ଅଭିଭାବକ ମାନଙ୍କୁ ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟ ର ଶିକ୍ଷା, ସଂସ୍କାର ଓ ସୁରକ୍ଷା ବିଷୟରେ ମତାମତ ଦେବାକୁ ଅନୁରୋଧ କରିଥିଲେ।

ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ଡଃ କୃଷ୍ଣଚନ୍ଦ୍ର ନାଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମାରୋହରେ ମୂଖ୍ୟ ଅତିଥି ଡଃ ବିନ୍ଦୁଶ୍ରୀ ମିଶ୍ର ଙ୍କୁ ମହାବିଦ୍ୟାଳୟ ର ମୂଖ୍ୟ ଶ୍ରୀ ପଣ୍ଡା ଚଳିତ ବର୍ଷ ର ମର୍ଯ୍ୟାଦାଜନକ “ଶିକ୍ଷାରତ୍ନ ସମ୍ମାନ -୨୦୨୫” ରେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଅବଶେଷରେ ପ୍ରଶାସନିକ ଅଧିକାରୀ ଶ୍ରୀ ଲିଙ୍ଗରାଜ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।

ସେୟାର କରନ୍ତୁ

You May Like

Pin It on Pinterest