
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):ଓଡ଼ିଶା ରାଜ୍ୟ ମତ୍ସ୍ୟ ସମବାୟ ନିଗମ (ଫିସ୍ଫେଡ୍) ପକ୍ଷରୁ ନଭେମ୍ବର ୧୪ ତାରିଖ, ୨୦୨୫ ଠାରୁ ୭୨ତମ ସମବାୟ ସପ୍ତାହ ପାଳନ ଆରମ୍ଭ କରାଯାଇଛି।
ନିଗମର ମୁଖ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ସମବାୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମବାୟ ସପ୍ତାହ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ସମବାୟ ପତାକା ଉତ୍ତୋଳନ ଓ କାର୍ଯ୍ୟକ୍ରମ
କାର୍ଯ୍ୟକ୍ରମର ଶୁଭାରମ୍ଭରେ ସମବାୟ ପତାକା ଉତ୍ତୋଳନ କରାଯିବା ସହ ଫିସ୍ଫେଡ୍ କର୍ମଚାରୀମାନଙ୍କ ଦ୍ୱାରା ସମବାୟ ସଙ୍ଗୀତ ଗାନ କରାଯାଇଥିଲା।ଏହି ଅବସରରେ ଓଡ଼ିଶାର ଶ୍ରେଷ୍ଠ ସମବାୟବିତ ତଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଓ ଫିସ୍ଫେଡ୍ର ପୂର୍ବତନ ସଭାପତି ଶ୍ରୀ ଟି.ପ୍ରସାଦ ରାଓ ଦୋରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।
ଶ୍ରୀ ଦୋରା,ସମବାୟ ଆନ୍ଦୋଳନ ଏବଂ ଏହାର ଗୁରୁତ୍ୱ ତଥା ସେତେବେଳେ ଓ ବର୍ତ୍ତମାନର ଅଭାବ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଓ ସମାଜରେ ସମବାୟକୁ କିପରି ଆଗକୁ ବଢିବା ପାଇଁ ନିର୍ଦିଷ୍ଟ ସନ୍ତୁଳନ ନୀତି ଓ ଆଦର୍ଶ ସ୍ଥିରୀକୃତ ହେବ ତା ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦେଶକ ଶ୍ରୀ ଶୁଭ୍ରାକାନ୍ତ ତୁଙ୍ଗ ତାଙ୍କର ଫିସ୍ଫେଡ୍ ସମେତ ସମବାୟ ସଂଗଠନ ଏବଂ ସେମାନଙ୍କର ଆବଶ୍ୟକତା, କାର୍ଯ୍ୟକ୍ଷେତ୍ର ଓ ଭବିଷ୍ୟତ ଯୋଜନା ବିଷୟରେ ଆଲୋକପାତ କରିଥିଲେ।
ଉପସ୍ଥିତ ଅତିଥିବୃନ୍ଦ ମାନେ ଏହି ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଫିସ୍ଫେଡ୍ର ସଭାପତି ଶ୍ରୀମତୀ ସସ୍ମିତା ରାଉତ, ଉପ-ସଭାପତି ଶ୍ରୀମତୀ ଜୟଶ୍ରୀ ଗଡ଼ନାୟକ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ଦାଶ, ଉପ-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଭାତ କୁମାର ଦାସଙ୍କ ସମେତ ନିଗମର ନିର୍ଦ୍ଦେଶକ ମଣ୍ଡଳୀ ଓ ଅଧିକାରୀବୃନ୍ଦ ତଥା କର୍ମଚାରୀମାନେ ଉପସ୍ଥିତ ରହି ସମବାୟ ସପ୍ତାହ ଓ ଆଜିର ଉଦଘାଟନ ଦିବସର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସହମତି ପୂର୍ବକ ସମାପନ କରାଯାଇଥିଲା।ଶେଷରେ ଶ୍ରୀ ପ୍ରଭାତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



