ଟୋପେ ପିଇବା ପାଣି ପାଇଁ ଡହଳବିକଳ-ତଳଗୋଡ଼ି ଗ୍ରାମବାସୀ….

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି(ବାସ୍ତବ କଥା):ପିଇବା ପାଣି ଟୋପେ ପାଇଁ,ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲମତାଗୁଡା ପଞ୍ଚାୟତ ଅଧିନରେ ରହିଥିବା ଦୁର୍ଗମ ପାହାଡିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଳଗୋଡି ଗାଁ ଲୋକେ ଡହଳବିକଳ।

ଏହି ଗାଁ ରେ ବସବାସ କରୁଛନ୍ତି ୬୦ ପରିବାରରେ ପ୍ରାୟ ୨୦୦ ଲୋକ।ଗ୍ରାମରେ ୩ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପରୁ ଦୂଷିତ ପାଣି ବାହାରିଥାଏ।ଆଉ ଗୋଟିଏ ନଳକୂପ ରେ ଜଳସ୍ତର ହ୍ରାସ ଯୋଗୁଁ ଗୋଟିଏ ବାଲଟି କାଢ଼ିଲେ ପୁଣି ୫ରୁ୧୦ମିନିଟ ଅପେକ୍ଷା କରିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି।କେବଳ ଗୋଟିଏ ନଳକୂପ ଅନବରତ ଭାବେ ଗ୍ରାମବାସୀ ଙ୍କୁ ଜଳ ଯୋଗାଣ କ୍ଷେତ୍ରରେ ସହାୟକ ହୋଇଥାଏ।

ଏଭଳି ସ୍ଥିତିରେ ଉପର ଗୋଡି,ଉପରପାଇକ ପଡ଼ା,ତଳ ପାଇକ ପଡାରେ ସଲାର ପ୍ରକଳ୍ପ ର ପାଇପ ଲାଇନ ଜଳ ଯୋଗାଣ ହେଉଥିବା ବେଳେ ତଳ ଗୋଡି ଗାଁ କୁ କାହିଁକି ସରକାର ହତାଦର କରିଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।ଲମତାଗୁଡା ପଞ୍ଚାୟତ ସମିତି ସଭ୍ୟା ଦାନାରଦେଇ ଯାନୀ ଏହି ଗ୍ରାମର କିନ୍ତୁ ଏହି ଗ୍ରାମରେ ସଲାର ଜଳ ଯୋଗାଣ ହୋଇପାରିନଥିବା ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମର ରାଇସିଂ ଯାନୀ, ଜୈସିଂ ଯାନୀ, ଡ଼ମୁ ଯାନୀ, ପେଟା ଯାନୀ, ବାରୁ ଯାନୀ, ଲାଣ୍ଡୁ ମାଝୀ, ଚନ୍ଦ୍ର ମାଝୀ, ବିଶ୍ୱନାଥ ମାଝୀ, ଲେଲି ମାଝୀ ପ୍ରକାଶ କରିଛନ୍ତି।ପ୍ରଶାସନ ଏହି ଆଦିବାସୀ ବହୁଳ ତୋଳଗୋଡି ଗ୍ରାମକୁ ସଲାର ଚାଳିତ ପାଇପ ଲାଇନ ପାନୀୟ ଜଳଯୋଗାଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ପ୍ରକାଶ ଥାଉ କି ମେଗା ଜଳ ଯୋଗାଣ ପ୍ରକଳ୍ପ ଲମତାଗୁଡା ଠାରେ ହୋଇଥିବା ବେଳେ ଏହି ପଞ୍ଚାୟତ ର ଅନେକ ପାହାଡିଆ ଗ୍ରାମ ଏଥିରୁ ବଞ୍ଚିତ ହୋଇଛନ୍ତି।ଏହି ବଞ୍ଚିତ ଗ୍ରାମ ଗୁଡିକ ମଧ୍ୟରେ ତଳ ଗୋଡି ମଧ୍ୟ ଏଣୁ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପ ରୁ ବଂଚିତ ଗ୍ରାମ ଗୁଡିକୁ ପାଇପ ଲାଇନ ରେ ସଲାର ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳଯୋଗାଣ ର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଅଞ୍ଚଳ ବାସୀ।

ସେୟାର କରନ୍ତୁ

Next Post

କୋଟିଆ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ

Sat Dec 20 , 2025
କୋରାପୁଟ(ବାସ୍ତବବ୍ୟୁରୋ): କୋରାପୁଟ ଜିଲ୍ଲା ଏକ ପ୍ରକୁତିକ ଜିଲ୍ଲା ଅଟେ।ଏଠାରେ ସହର କୁ ଛାଡି ଅନ୍ୟ ଅଞ୍ଚଳ ରେ ଆଦିବାସୀ ମାନେ ବସବାସ କରୁଥିବା ର ନଜିର ରହିଛି l ଏହି କୋରାପୁଟ ଜିଲ୍ଲାର କୋଟିଆ ଏକ ସିମାନ୍ତବର୍ତ୍ତୀ ଅଂଚଳ,ଏହି ଅଂଚଳ ଟି ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ। ନିକଟବର୍ତ୍ତୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବେଳେବେଳେ ଏହି ସ୍ଥାନ କୁ ନିଜର ଅଞ୍ଚଳ ପାଇଁ ମଧ୍ୟ ଦାବି କରିଥାଏ।ଏହି କୋଟିଆ […]

You May Like

Pin It on Pinterest