
ନର୍ଲା,୨୦/୧୨(ସନ୍ତୋଷ ପାତ୍ର): ପୂର୍ବତନ ବିଜେଡି ସରକାର ଙ୍କ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ବ୍ଳକ୍ ରେ JMFC କୋର୍ଟ ସ୍ଥାପନ କରିବା ପାଇଁ ଘୋଷଣା କରାଯାଇଥିଲା।ତନ୍ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ନର୍ଲା,କର୍ଲାମୁଣ୍ଡା , ଗୋଲାମୁଣ୍ଡା, କଲମପୁର ଭଳି ବ୍ଳକ୍ ମାନଙ୍କରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଗରିବ ନିରିହ ଲୋକେ କିପରି ଭାବରେ ନ୍ୟାୟିକ ବ୍ୟବସ୍ଥା ପାଇପାରିବେ ସେ ଦୃଷ୍ଟି କୋଣରୁ ନର୍ଲା ବାର୍ ଆସୋସିଏସନ୍ ପୂର୍ବତନ ସଭାପତି କୁବେର ସାହୁ ଙ୍କ ନେତୃତ୍ୱରେ ଏକ ଟିମ୍ ଗତ ୨୦୧୮ ମସିହାରେ ନର୍ଲା ଠାରେ JMFC କୋର୍ଟ ଖୋଲିବା ପାଇଁ ମାନ୍ୟବର ହାଇକୋର୍ଟ ଙ୍କ ଦ୍ଵାର ସ୍ତ ହୋଇଥିଲେ।ଫଳସ୍ୱରୁପ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ କ୍ରମେ ଗତ ୨୦୨୨ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନର୍ଲା ଠାରେ JMFC କୋର୍ଟ ସ୍ଥାପନ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଦୌରାଜର୍ଜ ଙ୍କୁ ଭିତ୍ତିଭୂମି ପାଇଁ ନିର୍ଦ୍ଦେଶନାମା ହୋଇଥିଲା ।
ସେହିଭଳି କର୍ଲାମୁଣ୍ଡା ,ଗୋଲାମୁଣ୍ଡା ,କଲମପୁର ବ୍ଳକ୍ ରେ ମଧ୍ୟ ରାଜ୍ୟ ସରକାର ଙ୍କ ପକ୍ଷରୁ କୋର୍ଟ ସ୍ଥାପନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକ୍ ଠାରେ ଅସ୍ଥାୟୀ ଓ ସ୍ଥାୟୀ JMFC କୋର୍ଟ ସ୍ଥାପିତ ହୋଇଥିବା ବେଳେ ନର୍ଲା ଠାରେ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶନାମା କୁ ମାନ୍ୟବର ଜିଲ୍ଲା ଦୌରାଜର୍ଜ୍ ଓ ଜିଲ୍ଲାପାଳ ମହୋଦୟ ଙ୍କ ଫାଇଲ୍ ତଳେ ଚାପି ହୋଇ ପଡି ରହିଥିବା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଯାହା ଫଳରେ ବ୍ଳକ୍ ର ଉପାନ୍ତ ଓ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ସହିତ ବିଭିନ୍ନ ଗାଁ ର କୋଣ ଅନୁକୋଣ ରେ ଥିବା ଗରିବ ନିରିହ ଲୋକେ ଆଇନ୍ ସେବା ପାଇବା ପାଇଁ ନର୍ଲା ଠାରୁ ମଦନପୁର ରାମପୁର ଏବଂ ଭବାନୀପାଟଣା କୁ ପ୍ରାୟ ୬୦ କିଲୋମିଟର ପର୍ଯ୍ୟନ୍ତ ଯିବାଆସିବା କରୁଛନ୍ତି ।ଯାହା ଫଳରେ ନର୍ଲା ବାର୍ ଆସୋସିଏସନ୍ ପୂର୍ବତନ ସଭାପତି କୁବେର ସାହୁ, ସମ୍ପାଦକ ଡୋଲେଶ୍ୱର ସାହୁ ଙ୍କ ସହିତ ସଂଘ ର ପ୍ରତ୍ୟେକ ସଦସ୍ୟ ସହିତ ବେସରକାରୀ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ବାରମ୍ବାର ମାନ୍ୟବର ଜିଲ୍ଲା ଦୌରାଜର୍ଜ ଏବଂ ଜିଲ୍ଲାପାଳ ଙ୍କୁ ଭେଟି କୋର୍ଟ ଖୋଳିବା ପାଇଁ ଦାବି କରିଥିଲେ ମଧ୍ୟ କେଉଁଠି ନା କେଉଁଠି ବିଳମ୍ବ ହେଉଛି।
ଏହାର ପଛର ରହସ୍ୟ କଣ ରହିଛି ତାହା ସାଧାରଣରେ ଅଭିଯୋଗ ହେଉଛି। ଏ ବିଷୟକୁ ନେଇ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ନିଜର ନିର୍ବାଚନ ମଣ୍ଡଳୀ ପାଇଁ କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଙ୍କ ଠାରେ ହସ୍ତକ୍ଷେପ କରିବା ପାଇଁ ଅଞ୍ଚଳରେ ଦାବୀ ହେଉଛି ତେଣୁ କଳାହାଣ୍ଡି ଜିଲ୍ଲାର ନର୍ଲା ଭଳି ବିଭିନ୍ନ ବ୍ଳକ୍ ରେ JMFC କୋର୍ଟ ସ୍ଥାପନ କରାଯାଏ ତାହା ସଧାରଣ ଲୋକେ ଆଇନ୍ ସେବା ପାଇଁ ସହାୟକ ହେବ ବୋଲି ଆଶା କରାଯାଉଅଛି।



