
କେନ୍ଦ୍ରାପଡ଼ା(ଜୟନ୍ତ ଶତପଥି):କେନ୍ଦ୍ରାପଡ଼ା ଜିଲ୍ଲାର ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି। ଜିଲ୍ଲାର ୫ଟି ଥାନାର ଆଇଆଇସିଙ୍କୁ ବଦଳି କରିଛନ୍ତି ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ। କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ସଦର ଥାନାର ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କୁ ଟାଉନ୍ ଥାନାକୁ ବଦଳି କରାଯାଇଛି। ସେହିପରି ନିକିରାଇ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ସଦର ଥାନାକୁ ବଦଳି କରାଯାଇଛି। ତାଳଚୁଆ ସାମୁଦ୍ରିକ ଥାନାର ଆଇଆଇସି ବିମଳ କୁମାର ମଲ୍ଲିକଙ୍କୁ ନିକିରାଇ ଥାନାକୁ ବଦଳି ହୋଇଥିବା ବେଳେ କେନ୍ଦ୍ରାପଡ଼ା ପୁଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନାଙ୍କୁ ତାଳଚୁଆ ସାମୁଦ୍ରିକ ଥାନାକୁ ବଦଳି କରାଯାଇଛି।



