ମହାବୀର ନଗର,ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ଓ଼ ମା ମଙ୍ଗଳା ମନ୍ଦିର, ବିଂଶତ୍ତମ ପ୍ରତିଷ୍ଠା ଦିବସ ପାଳିତ…

ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର):ଏହି ସ୍ମରଣୀୟ ଦିବସରେ ୨୨ତାରିଖ ରୁ ୨୪ ତାରିଖ ମଧ୍ୟରେ ମନ୍ଦିର ପରିସରରେ ଏକ ଯଂଜ୍ଞର ଆୟୋଜିତ ହୋଇଥିଲା। ଏହି ଅବସରରେ ଅଂକୁର ପୂଜା, କଳସ ଯାତ୍ରା, ସୂର୍ଯ୍ୟପୂଜା, ଧେନୁ ପୂଜା, ଅଗ୍ନି ସ୍ଥାପନ, ଗୀତାପାଠ, ରୁଦ୍ରାଭିଷେକ ଓ଼ ଚଣ୍ଡୀପାଠ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

ସମ୍ମାନୀୟ ଅତିଥିଭାବେ ଏକାମ୍ର ବିଧାୟକ ବାବୁ ସିଂ,ବି.ଏମ୍.ସି ମେୟର ସୁଲୋଚନା ଦାସ, କର୍ପୋରେଟର ବିରଞ୍ଚି ନାରାୟଣ ମହାଶୂପକାର, ସମାଜସେବୀ ସଂଗ୍ରାମ କିଶୋର ପାଇକରାୟ,ରବୀନ୍ଦ୍ର କୁମାର ପାତ୍ର ସୂର୍ଯ୍ୟକାନ୍ତ ସାହୂ,ମଳୟ ମହାପାତ୍ର ଓ଼ ସ୍ଥାନୀୟ ସରପଞ୍ଚ ରଶ୍ମିରଂଜନ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ନଗରର ସମସ୍ତ ସଭ୍ୟ/ ସଭ୍ୟା ମାନଙ୍କର ଉପସ୍ଥିତିରେ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ଅବସରରେ ଆଜିର ଆଧୁନିକତା ମଧ୍ୟରେ ମହାବୀର ନଗରର ଅନ୍ତେବାସୀ ମାନଙ୍କୁ ଓଡ଼ିଆ ସଂସ୍କୃତି ଓ଼ ଭାଇଚାରାର ବାର୍ତ୍ତା ଦେଇ କହିଥିଲେ ନିଜ ନିଜ ଭିତରେ ସତ ଚିନ୍ତାଧାରା,କାର୍ଯ୍ୟଶୈଳୀ କିପରି ସାତ୍ଵିକ ଓ଼ ସୌରାଧ୍ୟ ପରିବେଶ ସୃଷ୍ଟି କରି ଆସନ୍ତା ପିଢ଼ିକୁ ସମୃଦ୍ଧି ପଥରେ ଆଗେଇନେବା ଏଥିପାଇଁ ସମସ୍ତେ ସଜାଗ ହେବା ଆବଶ୍ୟକ। ୨୪ ତାରିଖ ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଏହି ଅନୁଷ୍ଠାନ ଓ଼ ଯଂଜ୍ଞର ଆୟୋଜନକୁ ସାଫଲ୍ୟ କରିବାରେ ଆବାହକ ଶ୍ରୀ ଅଶୋକ କୁମାର ପଟ୍ଟନାୟକ,ମହାବୀର ଉନ୍ନୟନ କମିଟିର ସଭାପତି ଦେବେନ୍ଦ୍ର ପ୍ରସାଦ ମିଶ୍ର ସମ୍ପାଦକ ଗିରିଜା ଶଙ୍କର ଦାଶଙ୍କ ଓ଼ ସମସ୍ତ କାର୍ଯ୍ୟକର୍ତାଙ୍କ ଅବଦାନ ଓ଼ ପରିଶ୍ରମ ସ୍ୱାଗତ ଯୋଗ୍ୟ।

ସେୟାର କରନ୍ତୁ

Next Post

ଗୁଲୁଣ୍ଠି ଏସଏସଡି ଉଚ୍ଚ ବିଦ୍ୟାଳୟରେ ୫ମ ବାର୍ଷିକ ଉତ୍ସବ ପାଳିତ

Thu Jan 29 , 2026
ରାମନାଗୁଡ଼ା(ଆନନ୍ଦ ପରିଛା):୨୯/୦୧-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସରକାରୀ(ଏସଏସଡି) ଉଚ୍ଚ ବିଦ୍ୟାଳୟ, ଗଲୁଣ୍ଠି ଠାରେ ପଞ୍ଚମ ‘ବାର୍ଷିକ ଉତ୍ସବ’ ପାଳନ ହୋଇ ଯାଇଛି । ସର୍ଵ ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଚନ୍ଦନ ଟୀକା ଓ ବାଜା ବଜାଇ ମଞ୍ଚ ନିକଟକୁ ପାଛୋଟି ନିଆ ଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି. ସୁରେଶ କୁମାର ଆବାହନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ […]

You May Like

Pin It on Pinterest