ଆଜିର ଖାସ୍ ଖବର…

୧- ଓଡ଼ିଶାରେ covid-19 ଆକ୍ରାନ୍ତ ଙ୍କ ସଂଖ୍ୟା ୩୫୦ ଟପିଲା । ଆଜି ଓଡିଶା ରେ ନୂଆ ୫୮ଜଣ covid-19 ରୋଗୀ ଚିହ୍ନଟ। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ଟପିଲା । ଆଜି ମଧ୍ୟ ଗଞ୍ଜାମ ରେ ଜଣେ ରୋଗୀଙ୍କର ମୃତ୍ୟୁ। ମୋଟ ମୃତ୍ୟୁ ସଂଖ୍ୟା ୩ ରେ ପହଁଚିଲା। ଏହା ମଧ୍ୟରେ ଅନୁଗୁଳ ଛୁଇଁଲା କରୋନା । ଏହି ରୋଗୀ ମାନଙ୍କ ମଧ୍ୟରୁ ୧୩ ଜଣ ଅନୁଗୁଳ ଜିଲ୍ଲାର, ୧୫ ଜଣ ବାଲେଶ୍ୱର ଜିଲ୍ଲାର, ୨୯ ଜଣ ଗଞ୍ଜାମ ଜିଲ୍ଲାର ଓ ଜଣେ ମୟୁରଭଞ୍ଜ ଜିଲ୍ଲାର ବୋଲି କୁହାଯାଉଛି । ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୫୨ ରେ ପହଁଚିଲା। ଆଜିର ସମସ୍ତ ଆକ୍ରାନ୍ତ ପ୍ରବାସୀ ଓଡ଼ିଆ ।

୨- ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ। ବର୍ତ୍ତମାନ ସୁଦ୍ଧା ୬୮ ଜଣ ରୋଗୀ ଆରୋଗ୍ୟ ଲାଭକଲେଣି।

୩-ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ବିଜେଡି ନେତା ସୁବାସ ଚୌହାନ ଙ୍କର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ।

୪-ମେ’୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା , ଜୁଲାଇ ଶେଷସୁଦ୍ଧା ପ୍ରକାଶ ପାଇପାରେ ପରୀକ୍ଷାଫଳ:ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

୫-ଆଜିଠୁ CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ଆରମ୍ଭ,୫୦ ଦିନରେ ଦେଖାହେବ ଦେଢ଼କୋଟି ଖାତା ।

୬-ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ତଥା ବେସରକାରୀ ଅନୁଷ୍ଠାନର କର୍ମଚାରୀ ମାନଙ୍କ ଗୋଟିଏ ମାସର ଦରମା , ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ।

୭-ଆରୋଗ୍ୟ ସେତୁ ଆପରେ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି କର୍ମଚାରୀମାନଙ୍କୁ ହକି ଇଣ୍ଡିଆର ପରାମର୍ଶ।

୮-ଜୟପୁର:ସରପଞ୍ଚ ଜଗିଲେ କ୍ୱାରେଣ୍ଟାଇନ ସେଣ୍ଟର, ସାଜିଲେ ରାତ୍ରି ଜଗୁଆଳି।

୯-ପାଣିପାଗ:ଆଉ ୫ ଦିନ ଯାଏଁ କାଳବୈଶାଖୀ,୧୬ରୁ ବଢିବ ତାପମାତ୍ରା।

୧୦-୩୨୬ ଭାରତୀୟଙ୍କୁ ଧରି ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଲା ‘ବନ୍ଦେ ଭାରତ ମିଶନ’ର ପ୍ରଥମ ବିମାନ।

୧୧-ଢେଙ୍କାନାଳରେ ସାମାଜିକ ଦୂରତା ନରଖିବାରୁ ସିଲ୍ ହେଲା ଦୋକାନ, ଦୋକାନୀଙ୍କୁ ଗିରଫ କଲା ପୋଲିସ୍।

୧୨-ଗଞ୍ଜାମ:ମାଣିତରା ଗ୍ରାମପଂଚାୟତର ସରପଞ୍ଚ କଲେ ସଟଡାଉନ ଘୋଷଣା, ୭ ଦିନ ପାଇଁ ସଟଡାଉନ କଲେ ନିଜ ପଞ୍ଚାୟତ।

୧୩-୨ଟି ଟ୍ରେନରେ ଆଜି ପହଞ୍ଚିବେ ପ୍ରବାସୀ ଶ୍ରମିକ : ଟିଟିଲାଗଡ଼ ରେଳ ଷ୍ଟେସନରେ ବ୍ୟାପକ ପ୍ରସ୍ତୁତି।

୧୪-ରାୟପୁର:ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ, ଜଣେ ପୋଲିସ ସବ-ଇନ୍ସପେକ୍ଟର ଶହୀଦ।

ମାତୃ ଦିବସ ରେ ବିଶ୍ୱର ସବୁ ମାଆ ଙ୍କ ପାଦ ପଦ୍ମରେ କୋଟି କୋଟି ନମନ… bastabtv ପରିବାର ...

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ବିଭାଗ ପୂର୍ବାନୁମାନ:ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରେ ବଜ୍ରପାତ ଓ କୁଆପଥର ମାଡ଼

Sun May 10 , 2020
ବାସ୍ତବ ବ୍ୟୁରୋ-ଆଜି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ବଜ୍ରପାତ ଓ କୁଆପଥର ମାଡ଼ ହବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କଟକ, ଖୋର୍ଦ୍ଧା, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ,ଢ଼େଙ୍କାନାଳ, କନ୍ଧମାଳ, ନୟାଗଡ଼, ଗଞ୍ଜାମ ଆଦି ଜିଲ୍ଲାର ରହିଛି । ଏହି ସମୟରେ ଏସବୁ ଜିଲ୍ଲାରେ ୪୦ରୁ ୫୦କିମି ବେଗରେ ପବନ ବହିବାର […]

You May Like

Pin It on Pinterest