ଉଦ୍ୟାନ ବିଭାଗରେ ଚାଷୀଙ୍କ ଅର୍ଥ ତୋଷାରପାତ, କାର୍ଯ୍ୟାନୁଷ୍ଠାନ ଶୁନ….

କଳାହାଣ୍ଡି/ନର୍ଲା(ନି ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଳିତ ବର୍ଷ ଉଦ୍ୟାନ ଚାଷୀ ମାନଙ୍କ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ଙ୍କୁ ଲଙ୍କା, ଧନିଆ , ପିଆଜ ଭଳି ବିଭିନ୍ନ ଚାଷ ପାଇଁ ସରକାରୀ ରିହାତି ଭାବରେ ପ୍ରତି ଚାଷୀ ଙ୍କୁ ୪୯୩୦ ଟଙ୍କା ରୁ ୯୭୦୦ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବା ବ୍ୟବସ୍ଥା ରହିଛି ।

କିନ୍ତୁ ଏଭଳି ଯୋଜନା ରେ ପ୍ରକୃତ ଚାଷୀ ମାନେ ଉପକୃତ ନ ହୋଇ ଉକ୍ତ ସୁବିଧା ରୁ ବଞ୍ଚିତ ହେଉଥିବା ବେଳେ ଅନେକ ଗୁଡ଼ିଏ ନକଲି ଚାଷୀ ଏହାର ଭରପୁର ଫାଇଦା ନେଉଥିବା ଅଭିଯୋଗ ସାମ୍ନାକୁ ଆସିଛି ସୂଚନା ଅନୁଯାୟୀ ନର୍ଲା ବ୍ଲକ ରେ କାର୍ଯ୍ୟରତ ଉଦ୍ୟାନ କୃଷି ଓ ଓଭର ସିଅର ଓ ମୁର୍ସିଙ୍ଗ ଗ୍ରାମର ଜଣେ ଦଲାଲ ଜରିଆରେ ନର୍ଲା ବ୍ଲକ ର କିଛି ଗ୍ରାମରେ ଯଥା ବର ଗାଁ ,ଛତା ମହୁଲ, ବୁଡ଼ିପଦର, ବଳବସ ପୂର୍ , ମୂର୍ ସିଂ, ଡେଙ୍ଗସର୍ଗି, ଘୋଡ଼ାବନ୍ଧ, ରାଏଧୁନି ଆଦି ଗ୍ରାମ ମାନଙ୍କରେ ଦୁଇଶହ ରୁ ଉର୍ଦ୍ଧ୍ବ ନକଲି ଉଦ୍ୟାନ ଚାଷୀ ଓ ନକଲି ଚାଷର ଫଟୋ ପ୍ରସ୍ତୁତ କରି ଏମାନଙ୍କ ଏକାଉଣ୍ଟ୍ ରେ ୯୭୦୦ ଟଙ୍କା ଲେଖାଏଁ ପକାଇ ଚାଷୀଙ୍କୁ ମାତ୍ର ୧୫୦୦ ଟଙ୍କା ଦେଇ ବାକିତକ ୭୦୦୦ ରୁ ଉର୍ଦ୍ଧ୍ବ ଟଙ୍କା କଲେକ୍ସନ କରି ଏହି ଦଲାଲ ଆଉ ଉଦ୍ୟାନ କୃଷି କର୍ମଚାରୀ ଙ୍କ ମିଲିଭଗତ।

ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି ଏଣୁ ଏହାର ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ବିଧିବଦ୍ଧ ତଦନ୍ତ କରି ଉକ୍ତ ଅସାଧୁ କର୍ମଚାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ସେୟାର କରନ୍ତୁ

You May Like

Pin It on Pinterest