ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ରଚିତ ‘ନୂଆ ଡାହୁକବୋଲି’ ପୁସ୍ତକର ଉନ୍ମୋଚନ ଉତ୍ସବ…

କଟକ(ସଞ୍ଜୟ ଶତପଥୀ)୧୯/୦୪ :ଚହଟାଘାଟ ନିକଟସ୍ଥ ଗାୟତ୍ରୀ ମନ୍ଦିର ପରିସରରେ ବିଶିଷ୍ଟ ଆଧ୍ୟାତ୍ମିକ ଓ ବ୍ୟଙ୍ଗକବି ଜ୍ଞାନ ହୋତାଙ୍କର ସଭାପତିତ୍ୱରେ ଡ.ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ରଚିତ ପୁସ୍ତିକା ‘ନୂଆ ଡାହୁକବୋଲି’ ଆଜି ଅପରାହ୍ଣରେ ପାଠକାର୍ପିତ ହୋଇଛି।

ଏହି ଅବସରରେ ଅତିଥିମାନେ ପରମ୍ପରାକୁ ସମ୍ମାନ ଜଣାଇ ଏହି ପୁସ୍ତକର ଆବଶ୍ୟକତା ରହି ଆସୁଥିଲା ବୋଲି ମତବ୍ୟକ୍ତ କରିଛନ୍ତି। ମୁଖ୍ୟଅତିଥି ଡ.ଅଜୟ କୁମାର ମିଶ୍ର ‘କର୍ମାଙ୍ଗୀ ମାଦଳା’ରେ ଅଶ୍ଳୀଳ ବିବେଚିତ ତୁଚ୍ଛପଦ ରୂପେ କାଳକ୍ରମେ ଅନାଦୃତ ହୋଇ ମନ୍ଦିର ପ୍ରଶାସନ ତରଫରୁ ନିଷେଧ କରାଯାଇଥିବା ଦୁଇଅର୍ଥବୋଧକ ଏହି ବୋଲିର ଉପଯୁକ୍ତ ପରିପୂରକ ଭାବରେ ଅଶ୍ଳୀଳତା ବର୍ଜିତ ଦେଶଜ ଶବ୍ଦରେ ପରିପୂର୍ଣ୍ଣ ନୂଆ ଡାହୁକବୋଲିକୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଡାହୁକମାନେ ଗାନ କରିବାକୁ ନିବେଦନ କରିଥିଲେ।

ମୁଖ୍ୟବକ୍ତା ବିଶିଷ୍ଟ ଚଳଚ୍ଚିତ୍ର ସଂଳାପକାର ଓ ଶିକ୍ଷାବିତ ଡ.ରଜନୀରଞ୍ଜନ ଏହି ପୁସ୍ତିକାର ଉପାଦେୟତା ଉପରେ ଗୁରୁତ୍ବ ଆରୋପ କରିବା ସହିତ କବିଙ୍କର ଏଭଳି ଆୟସସାଧ୍ୟ ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଥିଲେ। ବରେଣ୍ୟଅତିଥି ବିଶିଷ୍ଟ କଥାକାର ତଥା ଶିକ୍ଷାବିତ ଅନୀଲ୍ କୁମାର ପାଢ଼ୀ କବି ଡ.ଆଚାର୍ଯ୍ୟଙ୍କର ନୂଆଢଗଢମାଳି,ନୂଆଡାହୁକବୋଲି ଭଳି ପ୍ରାଚୀନ ଲୁପ୍ତପ୍ରାୟ ଲୋକସାହିତ୍ୟ ଓ ସଂସ୍କୃତିଭିତ୍ତିକ ପୁସ୍ତକମାନ ପ୍ରତି ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ସରକାର ସହୃଦୟତା ମନୋଭାବ ପୋଷଣ କରିବା ପାଇଁ ଅନୁରୋଧ କରିଥିଲେ।

କବି ଡ.ଆଚାର୍ଯ୍ୟ ନୂଆ ଡାହୁକବୋଲି’ର ପରିକଳ୍ପନା ଓ ଡାହୁକବୋଲିର ଐତିହାସିକ ଓ ସାଂସ୍କୃତିକ ପୃଷ୍ଠଭୂମି ଉପରେ ସ୍ୱକୀୟ ମତ ପୋଷଣ କରିଥିଲେ। ପ୍ରକାଶକ ପ୍ରଫୁଲ୍ଲ କୁମାର ପୃଷ୍ଟି ଉପସ୍ଥିତ ସମବେତ ଭକ୍ତମଣ୍ଡଳୀ ତଥା ମଞ୍ଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସଭାକାର୍ଯ୍ୟ ପରିଚାଳନା କରିଥିଲେ ଦୂରଦର୍ଶନ ଓ ଆକାଶବାଣୀର ସମ୍ବାଦପାଠକ ଆଶୁତୋଷ ପତି ଓ ଆବାହନୀ ଭକ୍ତିସଂଗୀତ ଗାନ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକର।
ଉକ୍ତ ନିରାଡ଼ମ୍ବର ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଶତାଧିକ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ।

ସେୟାର କରନ୍ତୁ

Next Post

କେମିତି ବିତିବ ଆଜି ଦିନ....

Tue Apr 21 , 2026
ରାଶିଫଳ ଆଜି, ୨୧ ଅପ୍ରେଲ ମଙ୍ଗଳବାର ରୋହିଣୀ ନକ୍ଷତ୍ର ସକାଳ ୮ଟା ୨୧ ମିନିଟ ପର୍ଯ୍ୟନ୍ତ, ତା’ପରେ ମୃଗଶିରା ନକ୍ଷତ୍ର। ସୂର୍ଯ୍ୟୋଦୟ ସକାଳ ୫ଟା ୨୬ ମିନିଟ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ଟା ୦୮ ମିନିଟ। ଶୁଭ ଅଭିଜିତ ମୁହୂର୍ତ୍ତ ଦିବା ୧୧ଟା ୨୩ ମିନିଟରୁ ୧୨ଟା ୧୩ ମିନିଟ। ରାହୁକାଳ ଦିବା ୩ଟା ୦୧ ମିନିଟରୁ ସନ୍ଧ୍ୟା ୪ଟା ୩୫ ମିନିଟ। ଅମୃତ ବେଳା ସକାଳ ୭ଟା ୦୪ ମିନିଟରୁ […]

You May Like

Pin It on Pinterest