କେମିତି ବିତିବ ଆଜି ଦିନ….

ରାଶିଫଳ ଆଜି, ୨୧ ଅପ୍ରେଲ ମଙ୍ଗଳବାର

ରୋହିଣୀ ନକ୍ଷତ୍ର ସକାଳ ୮ଟା ୨୧ ମିନିଟ ପର୍ଯ୍ୟନ୍ତ, ତା’ପରେ ମୃଗଶିରା ନକ୍ଷତ୍ର। ସୂର୍ଯ୍ୟୋଦୟ ସକାଳ ୫ଟା ୨୬ ମିନିଟ, ସୂର୍ଯ୍ୟାସ୍ତ ସନ୍ଧ୍ୟା ୬ଟା ୦୮ ମିନିଟ। ଶୁଭ ଅଭିଜିତ ମୁହୂର୍ତ୍ତ ଦିବା ୧୧ଟା ୨୩ ମିନିଟରୁ ୧୨ଟା ୧୩ ମିନିଟ। ରାହୁକାଳ ଦିବା ୩ଟା ୦୧ ମିନିଟରୁ ସନ୍ଧ୍ୟା ୪ଟା ୩୫ ମିନିଟ। ଅମୃତ ବେଳା ସକାଳ ୭ଟା ୦୪ ମିନିଟରୁ ୮ଟା ୪୦ ମିନିଟ।

ମେଷ ରାଶି
ଆଜିର ଦିନଟି ବହୁତ ଉତ୍ସାହଜନକ ରହିବ। ଆପଣଙ୍କ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହିତ ପ୍ରଶଂସାର ପାତ୍ର ହେବେ। ପରିବାରରେ ହସଖୁସିର ବାତାବରଣ ରହିବ ଏବଂ ବନ୍ଧୁମାନଙ୍କ ସହ ସମୟ କାଟିବେ । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଲାଭଦାୟକ ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ସନ୍ତୋଷଜନକ ରହିବ କିନ୍ତୁ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ। କୌଣସି ପୁରାତନ ବିବାଦର ସମାଧାନ ହୋଇ ମନ ପ୍ରସନ୍ନ ରହିବ।

ବୃଷ ରାଶି
ଦିନଟି ମଧ୍ୟମ ଧରଣର ରହିବ। ଅଯଥା ଖର୍ଚ୍ଚ ବୃଦ୍ଧି ହେବା କାରଣରୁ ମନରେ କିଛି ଚିନ୍ତା ରହିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ମନୋମାଳିନ୍ୟ ହେବାର ଆଶଙ୍କା ରହିଛି । ଧୈର୍ଯ୍ୟର ସହିତ କାର୍ଯ୍ୟ କଲେ ସବୁ କିଛି ନିୟନ୍ତ୍ରଣକୁ ଆସିଯିବ । ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ନିଜର ବାଣୀ ଉପରେ ସଂଯମ ରଖିବାକୁ ଚେଷ୍ଟା କରନ୍ତୁ।

ମିଥୁନ ରାଶି
ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆପଣଙ୍କର ବ୍ୟବସାୟିକ ଯୋଜନା ସଫଳ ହେବା ସହ ନୂଆ ସୁଯୋଗ ମିଳିବ। ସନ୍ତାନମାନଙ୍କ ପକ୍ଷରୁ କୌଣସି ଶୁଭ ଖବର ଶୁଣିବାକୁ ପାଇପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ ଏବଂ ମନରେ ନୂତନ ଚିନ୍ତାଧାରା ଆସିବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ପ୍ରତିଷ୍ଠିତ ହେବାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିଲେ ସଫଳତା ସୁନିଶ୍ଚିତ ହେବ।

କର୍କଟ ରାଶି
ଆଜିର ଦିନଟି ଶାନ୍ତିପୂର୍ଣ୍ଣ ରହିବ । ଘରର କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ଚାକିରି କ୍ଷେତ୍ରରେ ପରିବେଶ ଅନୁକୂଳ ରହିବ ଏବଂ ପଦୋନ୍ନତିର ସୂଚନା ମିଳିପାରେ । ଆର୍ଥିକ ନେଣଦେଣ କଲାବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୌଣସି ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।

ସିଂହ ରାଶି
ଆଜି କଠିନ ପରିଶ୍ରମର ଫଳ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ବାପାଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ ଏବଂ ସହଯୋଗ ମିଳିବ। ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଦିନଟି ଶ୍ରେଷ୍ଠ ଅଟେ।

କନ୍ୟା ରାଶି
ଆଜି କାର୍ଯ୍ୟରେ କିଛି ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିପାରେ । ଗୁପ୍ତ ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଥିବାରୁ ସାବଧାନ ରୁହନ୍ତୁ । ପରିବାରର ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ନେଇ କାମ କଲେ ସୁଫଳ ମିଳିବ । ମାନସିକ ଅଶାନ୍ତି ଦୂର କରିବା ପାଇଁ ନିଜକୁ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ । ଧାର କରଜ ଦେବାରୁ ନିଜକୁ ନିବୃତ୍ତ ରଖିବା ଭଲ।

ତୁଳା ରାଶି
ଆଜିର ଦିନଟି ଆମୋଦ ପ୍ରମୋଦରେ କଟିବ । ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । ବିବାହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବା ସହ ମନ ଖୁସି ରହିବ । ଭାଗିଦାରୀ ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ ଏବଂ ପ୍ରଶଂସା ମିଳିବ। ଆଜି ଦିନସାରା ସକାରାତ୍ମକ ଚିନ୍ତାଧାରା ମନରେ ଜାଗ୍ରତ ହେବ।

ବିଛା ରାଶି
ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ୍। କାର୍ଯ୍ୟଭାର ଅଧିକ ରହିବା କାରଣରୁ କ୍ଲାନ୍ତି ଅନୁଭବ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ କିନ୍ତୁ ବନ୍ଧୁଙ୍କ ସହଯୋଗ ମିଳିବ। ଅଧା ରହିଥିବା ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସୁଯୋଗ ଅଛି। ଗାଡ଼ି ଚଳାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କୌଣସି ବିଷୟକୁ ନେଇ ସାମାନ୍ୟ ଅଶାନ୍ତି ହୋଇପାରେ।

ଧନୁ ରାଶି
ଆଜିର ଦିନଟି ଶୁଭ ଅଟେ। ପ୍ରେମ ସମ୍ପର୍କରେ ନିବିଡ଼ତା ଆସିବ ଏବଂ ମନ ପ୍ରଫୁଲ୍ଲ ରହିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବା ସହ ଦେବ ଦର୍ଶନ କରିପାରନ୍ତି । ବ୍ୟବସାୟରେ ନୂତନ ପୁଞ୍ଜି ନିବେଶ କରିବା ପାଇଁ ଦିନଟି ଅନୁକୂଳ ଅଟେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସମସ୍ତ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବ। ଅଟକି ରହିଥିବା ଧନ ଫେରସ୍ତ ମିଳିବାର ସମ୍ଭାବନା ଅଛି।

ମକର ରାଶି
ଆଜି ଦିନଟି କିଛି ନୂଆ ଶିଖିବାର ଦିନ ଅଟେ। ଗୃହ ନିର୍ମାଣ କିମ୍ବା ଯାନବାହନ କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସନ୍ତୋଷ ଭାଜନ ହେବେ। ପରିବାରର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କୌଣସି ପୁରୁଣା ସାଙ୍ଗଙ୍କ ସହ ହଠାତ୍ ସାକ୍ଷାତ ହୋଇପାରେ। ମାନସିକ ସ୍ତରରେ ଶାନ୍ତି ଏବଂ ସନ୍ତୋଷ ଅନୁଭବ କରିବେ।

କୁମ୍ଭ ରାଶି
ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଭାଇ ଭଉଣୀଙ୍କ ସହଯୋଗରେ କୌଣସି କଠିନ କାର୍ଯ୍ୟ ସହଜ ହୋଇଯିବ। ଯାତ୍ରା କରିବା ସମୟରେ ନିଜର ଜିନିଷପତ୍ର ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ନୂତନ ଆୟର ପନ୍ଥା ମିଳିବ। ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଆପଣଙ୍କ କାର୍ଯ୍ୟକୁ ଅନ୍ୟମାନେ ଅନୁକରଣ କରିବାକୁ ଚାହିଁବେ।

ମୀନ ରାଶି
ଆଜିର ଦିନଟି ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ବହୁଦିନର ଆଶା ପୂରଣ ହେବା ସହ ମନ ଖୁସି ରହିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବାର ଯୋଗ ରହିଛି। ଉତ୍ତମ ଭୋଜନ ଓ ବସ୍ତ୍ର ପ୍ରାପ୍ତି ହେବାର ସମ୍ଭାବନା ଅଛି। ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଆଶୀର୍ବାଦ ମିଳିବା ସହ ଶାନ୍ତି ରହିବ। ସୃଜନଶୀଳ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ ସୁଫଳ ପାଇବେ।

ସେୟାର କରନ୍ତୁ

You May Like

Pin It on Pinterest