କେମିତି ବିତିବ ଆଜିଦିନ….

ରାଶିଫଳ ଆଜି, ୨୨ ଅପ୍ରେଲ, ବୁଧବାର

ତିଥି: ବୈଶାଖ ଶୁକ୍ଳ ପଞ୍ଚମୀ, ନକ୍ଷତ୍ର: ମୃଗଶିରା। ସୂର୍ଯ୍ୟୋଦୟ ପ୍ରାତଃ ୫:୩୦,ସୂର୍ଯ୍ୟାସ୍ତ ସନ୍ଧ୍ୟା ୦୬:୦୭।
ଶୁଭ ମୁହୂର୍ତ୍ତ: ଅମୃତ ବେଳା ଦିବା ଘ୦୭:୦୯ ମଧ୍ୟେ ଏବଂ ଘ୦୮:୪୭ ରୁ ଘ୧୦:୨୫ ମଧ୍ୟେ।

ମେଷ ରାଶି
ଆଜି ଆପଣଙ୍କ ପାଇଁ ଏକ ସକରାତ୍ମକ ଦିନ ହେବାକୁ ଯାଉଛି ଯାହା ଆପଣଙ୍କୁ ନୂତନ ଉତ୍ସାହ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଆପଣଙ୍କର ପରିଶ୍ରମ ଅନ୍ୟମାନଙ୍କ ଦ୍ୱାରା ପ୍ରଶଂସିତ ହେବାର ସମ୍ଭାବନା ରହିଛି। ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବା ଦ୍ୱାରା ମନ ପ୍ରସନ୍ନ ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଥିଲେ ମଧ୍ୟ ଅଯଥା ଖର୍ଚ୍ଚ ପ୍ରତି ସତର୍କ ରହିବା ଉଚିତ। ବ୍ୟବସାୟରେ କିଛି ନୂତନ ଚୁକ୍ତି ହୋଇପାରେ ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ସାମାନ୍ୟ ଭଲ ରହିବ କିନ୍ତୁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ବୃଷ ରାଶି
ଆଜି ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ନେଇ ଆସିବ ଯେଉଁଥିରେ କିଛି ଆହ୍ୱାନ ମଧ୍ୟ ରହିପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ କାରଣ ଏହା ସମ୍ପର୍କରେ ତିକ୍ତତା ସୃଷ୍ଟି କରିପାରେ। କର୍ମକ୍ଷେତ୍ରରେ କିଛି ଅତିରିକ୍ତ ଦାୟିତ୍ୱ ମିଳିପାରେ ଯାହାକୁ ଆପଣ ନିଷ୍ଠାର ସହ ସମ୍ପାଦନ କରିବେ। ଆର୍ଥିକ ନେଣଦେଣ କଲାବେଳେ ସତର୍କ ରୁହନ୍ତୁ କାରଣ କ୍ଷତି ହେବାର ଆଶଙ୍କା ରହିଛି। ଛାତ୍ରଛାତ୍ରୀମାନେ ପାଠପଢାରେ ଅଧିକ ଏକାଗ୍ରତା ରଖିବା ପାଇଁ ଚେଷ୍ଟା କରିବା ଉଚିତ। ମାନସିକ ଶାନ୍ତି ପାଇଁ କିଛି ସମୟ ନିଜ ପାଇଁ ବାହାର କରିବା ଭଲ।

ମିଥୁନ ରାଶି
ଆଜି ଆପଣଙ୍କୁ ସାମାଜିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ମିଳିବ ଯାହା ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି କରିବ। ବନ୍ଧୁବାନ୍ଧବଙ୍କ ସହଯୋଗ ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ଗୁଡିକ ସୂଚାରୁରୂପେ ସମ୍ପନ୍ନ ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ ଏବଂ ନୂତନ ଆୟର ଉତ୍ସ ସୃଷ୍ଟି ହୋଇପାରେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ବଡ ଅସୁବିଧା ଦେଖାଯିବ ନାହିଁ।

କର୍କଟ ରାଶି
ଆଜି ଆପଣଙ୍କ ମନରେ କିଛି ଚିନ୍ତା ରହିପାରେ ଯାହା କାର୍ଯ୍ୟରେ ବାଧା ସୃଷ୍ଟି କରିବ। ଅଯଥା ଯୁକ୍ତିତର୍କରୁ ଦୂରେଇ ରହିବା ଆପଣଙ୍କ ପାଇଁ ଶାନ୍ତିଦାୟକ ହୋଇପାରେ। ବ୍ୟବସାୟୀମାନେ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଶ୍ରେୟସ୍କର। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ଅଧିକ ରହିବା ଯୋଗୁଁ ଆପଣ କ୍ଳାନ୍ତ ଅନୁଭବ କରିପାରନ୍ତି। ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବା ଦ୍ୱାରା ମାନସିକ ଚାପ କମିପାରେ। ଶାରୀରିକ ସୁସ୍ଥତା ପ୍ରତି ସଜାଗ ରହିବା ନିହାତି ଜରୁରୀ ଅଟେ।

ସିଂହ ରାଶି
ଆଜି ଆପଣଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ମିଳିପାରେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ ଯାହା ଆପଣଙ୍କ ଉନ୍ନତିରେ ସହାୟକ ହେବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଲାଭଦାୟକ ରହିବ ଏବଂ ପୁରୁଣା ଋଣ ପରିଶୋଧ ହୋଇପାରେ। ପ୍ରେମ ଜୀବନରେ ମଧୁରତା ଆସିବ ଏବଂ ଆପଣ ପରସ୍ପରକୁ ଭଲଭାବେ ବୁଝିପାରିବେ। ନୂତନ ବାହନ କିମ୍ବା ସମ୍ପତ୍ତି କ୍ରୟ କରିବା ପାଇଁ ମନ ବଳାଇ ପାରନ୍ତି। ମୋଟାମୋଟି ଭାବେ ଆଜିର ଦିନଟି ଖୁସିରେ ଅତିବାହିତ ହେବ।

କନ୍ୟା ରାଶି
ଆଜି ଆପଣଙ୍କର ଯୋଜନାବଦ୍ଧ କାର୍ଯ୍ୟ ଗୁଡିକ ସଫଳତାର ସହ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ରହିଲେ ମଧ୍ୟ ଆପଣ ନିଜର ବୁଦ୍ଧି ବଳରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଆପଣଙ୍କର ନିଷ୍ଠା ଦେଖି ବସ୍ ଖୁସି ହୋଇପାରନ୍ତି। ଘରୋଇ ସମସ୍ୟା ଗୁଡିକର ସମାଧାନ କରିବାରେ ଆପଣ ସମର୍ଥ ହେବେ। ଆର୍ଥିକ ଅବସ୍ଥା ଭଲ ରହିବ ଏବଂ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ।

ତୁଳାରାଶି
ଆଜି ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଛି ଯାହା ସବୁ କାର୍ଯ୍ୟକୁ ସହଜ କରିଦେବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ ଏବଂ କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ନୂତନ ନିବେଶ କରିବା ପାଇଁ ଦିନଟି ଅନୁକୂଳ ରହିଛି। ପାରିବାରିକ ସମ୍ପର୍କରେ ଘନିଷ୍ଠତା ଆସିବ ଏବଂ ପିଲାମାନଙ୍କ ସଫଳତାରେ ଆପଣ ଖୁସି ହେବେ। କର୍ମକ୍ଷେତ୍ରରେ କୌଣସି ନୂତନ ସୁଯୋଗ ମିଳିପାରେ ଯାହା କ୍ୟାରିୟର ପାଇଁ ଭଲ। ମନ ପ୍ରଫୁଲ୍ଲ ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ।

ବିଛା ରାଶି
ଆଜି କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବେ ଚିନ୍ତା କରିବା ଆବଶ୍ୟକ। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି। ଆର୍ଥିକ କାରବାରରେ ସ୍ୱଚ୍ଛତା ରଖନ୍ତୁ ନଚେତ୍ ପରେ ଅସୁବିଧାରେ ପଡିପାରନ୍ତି। ପରିବାରରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇପାରେ ତେଣୁ ଶାନ୍ତ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଦିନଟି ଅପେକ୍ଷାକୃତ ଦୁର୍ବଳ ରହିପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ ଯୋଗ ପ୍ରାଣାୟାମ କରନ୍ତୁ।

ଧନୁ ରାଶି
ଆଜି ଦିନଟି ଆପଣଙ୍କ ପାଇଁ ପ୍ରଗତିଶୀଳ ରହିବ ଏବଂ କ୍ୟାରିୟରରେ ଉନ୍ନତି ହେବ। ସହଭାଗିତାରେ ଚାଲୁଥିବା ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହଯୋଗରେ ଆପଣ ବଡ଼ ସଫଳତା ହାସଲ କରିପାରନ୍ତି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଲୋକମାନେ ଆପଣଙ୍କ ପରାମର୍ଶ ଲୋଡିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ କିନ୍ତୁ ଅତ୍ୟଧିକ ବିଶ୍ୱାସ ଘାତକ ହୋଇପାରେ। ଶାରୀରିକ ଏବଂ ମାନସିକ ସ୍ତରରେ ଆପଣ ସୁସ୍ଥ ଅନୁଭବ କରିବେ।

ମକର ରାଶି
ଆଜି ଆପଣ କଠିନ ପରିଶ୍ରମ ଦ୍ୱାରା ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ବିରୋଧୀମାନେ ପରାସ୍ତ ହେବେ ଏବଂ ଆପଣଙ୍କ ପ୍ରତିପତ୍ତି ବଢିବ। ଆର୍ଥିକ ଉନ୍ନତି ପାଇଁ କରିଥିବା ଚେଷ୍ଟା ଆଜି ସଫଳ ରୂପ ନେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ ଏବଂ ବନ୍ଧୁଙ୍କ ଆଗମନ ହୋଇପାରେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ୱାସ୍ଥ୍ୟ ସାମାନ୍ୟ ରହିବ କିନ୍ତୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପ୍ରତି ସତର୍କ ରୁହନ୍ତୁ।

କୁମ୍ଭ ରାଶି
ଆଜି ଆପଣଙ୍କ ମନରେ ନୂତନ ଚିନ୍ତାଧାରା ଆସିବ ଯାହା କାର୍ଯ୍ୟ ଶୈଳୀକୁ ଉନ୍ନତ କରିବ। ସନ୍ତାନମାନଙ୍କ ଶିକ୍ଷାକୁ ନେଇ ଚାଲିଥିବା ଚିନ୍ତା ଦୂର ହେବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନେ ଆଜି ଏକ ସ୍ମରଣୀୟ ଦିନ ଅତିବାହିତ କରିବେ। କର୍ମକ୍ଷେତ୍ରରେ ସୃଜନଶୀଳ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହୋଇପାରନ୍ତି। ଆର୍ଥିକ ଦୃଷ୍ଟିରୁ ସ୍ଥିତି ସନ୍ତୋଷଜନକ ରହିବ ଏବଂ କିଛି ସଞ୍ଚୟ ମଧ୍ୟ ହୋଇପାରେ। ପଡୋଶୀଙ୍କ ସହ ସମ୍ପର୍କ ସୁଧାରିବା ପାଇଁ ଦିନଟି ଶ୍ରେଷ୍ଠ ଅଟେ।

ମୀନ ରାଶି
ଆଜି ଦିନଟି ଆପଣଙ୍କ ପାଇଁ ଆରାମଦାୟକ ହୋଇପାରେ କିନ୍ତୁ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ମାତାପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି ତେଣୁ ସେମାନଙ୍କର ସେବା କରନ୍ତୁ। ଜମିବାଡି ସମ୍ପର୍କିତ ବିବାଦର ସମାଧାନ ହୋଇପାରେ ଯାହା ମାନସିକ ଶାନ୍ତି ଦେବ। ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇପାରେ କିନ୍ତୁ ଧୈର୍ଯ୍ୟ ଧରିବା ଆବଶ୍ୟକ। କର୍ମକ୍ଷେତ୍ରରେ ଅଯଥା କଥାରେ ମୁଣ୍ଡ ନ ପୂରାଇବା ଆପଣଙ୍କ ପାଇଁ ଲାଭଦାୟକ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ।

ସେୟାର କରନ୍ତୁ

You May Like

Pin It on Pinterest