କରୋନା ପଜିଟିଭ ସଂଖ୍ୟା-୩୭୭

ବାସ୍ତବ ବ୍ୟୁରୋ– ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶାର ମୁଣ୍ଡ ବିନ୍ଧା ର କାରଣ ହୋଇଛି କରୋନା । ଆଜି ସୁଦ୍ଧା ୨୧ଟି ଜିଲ୍ଲାରୁ ମୋଟ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସୁରଟ ଫେରନ୍ତା ହେଉଛନ୍ତି ୧୭୩ ଜଣ ।

ସଂକ୍ରମିତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୨୪ ଜଣ । ସେହିପରି ଅନୁଗୁଳ ଜିଲ୍ଲାରେ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୫ ଜଣ, ଜଗତସିଂହପୁର ଜିଲ୍ଲାରେ ୪, ଭଦ୍ରକ ଜିଲ୍ଲାରେ ୧୦, ମୟୂରଭଂଜ ଜିଲ୍ଲାରେ ୮ ଜଣ, ଯାଜପୁର ଜିଲ୍ଲାରେ ୨, ବୌଦ୍ଧ ଜିଲ୍ଲା ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଓ କଟକ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବିଗତ ୮ଦିନ ମଧ୍ୟ ରେ ଓଡ଼ିଶାର ସ୍ତିଥି ଦେଖିବାକୁ ଗଲେ ଗଂଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୩୧ ଜଣ, ସୁନ୍ଦରଗଡ଼ରୁ ୧୩ ଓ ଅନୁଗୁଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ରୁ ୮ ଓ ମୟୂରଭଂଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର ୨, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଏହି ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ମୋଟ ୩୭୭ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତାକାଲି ଠାରୁ ରେଳଯାତ୍ରୀମାନେ କରିପାରିବେ ଟିକେଟ୍ ବୁକିଂ...

Sun May 10 , 2020
ବାସ୍ତବ ବ୍ୟୁରୋ-ଦୟା କରି ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ ଆସନ୍ତାକାଲି ଠାରୁ ଅପରାହ୍ଣ ୪ଟାରୁ ରେଳଯାତ୍ରା ପାଇଁ କରିପାରିବେ ଟିକେଟ୍ ବୁକିଂ । ଆସନ୍ତା ମେ ୧୨ ତାରିଖରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯୋଜନା କରୁଛି ରେଳବାଇ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ, ୧୫ ଯୁଗଳ ଟ୍ରେନ୍ ଚଲାଯିବ । ପରେ, ଏହାକୁ ଆହୁରି ବୃଦ୍ଧି କରିବାର ଯୋଜନା ଅଛି । ଏହି ସମସ୍ତ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ହେବ ଯାହା ନୂଆଦିଲ୍ଲୀରୁ ଦେଶର ବିଭିନ୍ନ […]

You May Like

Pin It on Pinterest