
ଜଗତସିଂହପୁର(ପ୍ରଫୁଲ ସାହୁ):ଜଗସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନା ପଂଚାୟତ ବରିମୂଳ ଗ୍ରାମ ର ଯୁଧିଷ୍ଠିର ଦାସଙ୍କ ଘର ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଚାରି ବଖରା ଘର ସମ୍ପୂର୍ଣ ପୋଡି ଯାଇଥିଲା।କେବଳ ଯାହା ପିନ୍ଧି ଥିଲେ ସେତିକି। ଧାନ, ଚାଉଳ, ଲୁଗାପଟା, ସୁନାରୁପା, ଆସବା ପତ୍ର, ସହିତ ସମସ୍ତ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି।ଏହି ଦୁଖଃଦ ଖବର ଟିମ ସେବା ଫାଉଣ୍ଡେସନ ଜାଣିବା ପରେ, ଯୁଧିଷ୍ଠିରଙ୍କ ଘରେ ପହଂଚିଥିଲେ।

ଟିମ ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର, ସମ୍ପାଦକ ସମ୍ବିତ କୁମାର ପାଇଟାଳ, ସାହାଜନ ପ୍ରଧାନ, ରାଜ କିଶୋର ବେହେରା, ରଶ୍ମି ରଞ୍ଜନ ପ୍ରଧାନ, ରାକେଶ ବେହେରା, ସମୀକ୍ଷା ଯତୀ, ସନ୍ଧ୍ୟା ରାଣୀ ବେହେରା | ଯୁଧିଷ୍ଠିରଙ୍କ ପରିବାର କୁ ଟିମ ସେବା ଫାଉଣ୍ଡେସନ ତରଫରୁ ଗୋଟେ ମାସ ପାଇଁ ରାସନ ସାମଗ୍ରୀ, ପରିବାର ସମସ୍ତଙ୍କୁ ପିନ୍ଦିବା ପାଇଁ ବସ୍ତ୍ର ଓ ନଗଦ୫୦୦୦/-(ପାଞ୍ଚ ହଜାର ଟଙ୍କା ) ଅର୍ଥ ରାଶି ପ୍ରଦାନ କରିବା ସହିତ,ଆଗାମୀ ଦିନରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଟିମ ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ପ୍ରତିଶୃତି ଦେବା ସହିତ,ଖୁବ ଶୀଘ୍ର ଆବାସ ଯୋଜନାରେ ଯୁଧିଷ୍ଠିରଙ୍କ ପରିବାରକୁ ସାମିଲ କରିବାପାଇଁ ସରକାରଙ୍କୁ ଟ୍ୱଇଟ ମାଧ୍ୟମରେ ଅପିଲ କରିଛନ୍ତି।




