ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଶିବିର….

କାକଟପୁର(ମାନସ ସାମଲ)୦୧/୦୬: ସ୍ବଦେଶୀ ଜାଗରଣ ମଞ୍ଚ, ପୁରୀ ପକ୍ଷରୁ,ସ୍ଥାନୀୟ ଦେଉଳି ମଠ ପରିସରରେ ଦୁଇଦିନିଆ ଜିଲ୍ଲା ବିଚାର ଓ ପ୍ରଶିକ୍ଷଣଶିବିର ଅନୁଷ୍ଠିତ ହୋଇଯାଇଛି।

ଶିବିରକୁ ସ୍ବଦେଶୀ ଜାଗରଣ ମଂଚର,ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ଭୂୟାଁ,ଆର୍ଏସ୍ଏସ୍ ବୌଦ୍ଧିକ ପ୍ରମୁଖ ସୁଶାନ୍ତ କୁମାର ପରିଡ଼ା, ସାମ୍ବାଦିକ ଅକ୍ଷୟ କୁମାର ରାଉତ, ମଂଚର ପୁରୀ ବିଭାଗ ସଂଯୋଜକ ବିଶ୍ବନାଥ ପଣ୍ଡା ଏବଂପ୍ରାନ୍ତ ସଂଗଠକ ରାଜେଶ ଦାଶ ପ୍ରମୁଖ ଯୋଗଦେଇ ରାଷ୍ଟ୍ରହିତ ପାଇଁ ଆଜିର ଆବଶ୍ୟକତା, ଶକ୍ତି ସଂରକ୍ଷଣ ଏବଂ ସ୍ବଦେଶୀ ବସ୍ତୁର ବ୍ୟବହାର ସଂପର୍କରେ ଆଲୋକପାତ କରିଥିଲେ।

ସ୍ବଦେଶୀ ଆପଣାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଜିଲ୍ଲାର ୫ ଜଣ ବ୍ୟକ୍ତିଙ୍କୁ ଉତ୍ସବରେ ସମ୍ବଦ୍ଧିତ କରାଯାଇଥିଲା। ଶେଷରେ ସଂଗଠନର ଜିଲ୍ଲା ସଂଯୋଜକ ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁବ୍ରତ ସ୍ବାଇଁ ଏବଂ ଚିନ୍ମୟ କୁମାର ପୋଲେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ବିଶ୍ୱ ପରିବେଶ ଦିବସରେ ବିଭିନ୍ନ ସ୍ଥାନରେ ବିଜେପିର ବୃକ୍ଷରୋପଣ ଉତ୍ସବ ...

Fri Jun 5 , 2026
କଟକ(ବାସ୍ତବକଥା): ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦଜୀଙ୍କ ଆହ୍ୱାନରେ “ମା’ ପାଇଁ ଗଛଟିଏ” ଅଭିଯାନ ସମସ୍ତଙ୍କୁ ପ୍ରଭାବିତ କରିଛି।ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ୧୦ଟି ଲେଖାଏଁ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ବଡ଼ ଦ୍ରୁମରେ ପରିଣତ କରନ୍ତୁ। ଏହି ସନ୍ଦେଶ କୁ ଆଧାର କରି କଟକ ଜିଲ୍ଲା ବାଙ୍କୀ ବ୍ଲକର ଅଂଶୁପା ହ୍ରଦ ନିକଟରେ କୃଷକ ମୋର୍ଚ୍ଚା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗଛ କଟା, […]

You May Like

Pin It on Pinterest