ଟିପ୍ପର ଓନର ସଂଘର ସାମ୍ୱାଦିକ ସମ୍ମିଳନୀ…

ରାଉରକେଲା(ରମେଶ ଚନ୍ଦ୍ର ବିଷୋୟୀ:୧୩/୬ରଘୁନାଥପଲ୍ଲୀ ଟିପ୍ପର ଓନର ସଙ୍ଘ ଚଳିତ ମାସ ୮ତାରିଖରୁ୧୦ତାରିଖ ତିନିଦିନ ଧରି ଆର.ଏସ.ପି ଗେଟ ଆଗରେ ଧାରଣା ଦେବା ସହିତ ବାହାର ଗାଡି ଗୁଡିକୁ ପ୍ଲାଣ୍ଟ ଭିତରକୁ ପଶିବାକୁ ଦେଇ ନଥିଲେ।ଏଭଳି ପରିସ୍ଥିତି ଉପୁଜିବାରୁ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ପହଞ୍ଚି ସଙ୍ଘ କାର୍ଯ୍ୟକର୍ତ୍ତା ଓ ଆର.ଏସ.ପି ମଧ୍ୟରେ କଥା ହୋଇଥିଲେ ।

ସଂଘ ତରଫରୁ ତିନୋଟି ଦାବୀ ରଖା ଯାଇଥିଲା,ସେ ଗୁଡିକ ହେଲା ୨୧୦ ରୁ୨୪୦ ଟଙ୍କା ଟନ ପିଛା ଭଡା ଦିଆଯାଉ ।ପ୍ରତି ସପ୍ତାହରେ ଭଡା ଦିଆଯାଉ, ସଂଘର୫୦ପ୍ରତିଶତ ଗାଡି କାର୍ଯ୍ୟରେ ନିୟୋଜିତ କରାଯାଉ,ବିଧାୟକଙ୍କ ଅଧକ୍ଷତାରେ ନିଷ୍ପତ୍ତି ନିଆଗଲା କି ପନ୍ଦର ଦିନରେ ଥରେ ଭଡା ଦିଆଯିବ ଓ ଟନ ପିଛା ୨୦୦ଟଙ୍କା ଦିଆଯିବ, ସଂଘର୫୦% ଗାଡି କାରଖାନାରେ ଲାଗିବ ।

ସଂଘର ସଭାପତି ଅଶୋକ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ଏହି ନିଷ୍ପତ୍ତିକୁ ସଙ୍ଘ ତରଫରୁ ସ୍ୱାଗତ କରୁଛୁ । ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ପାଦକ ଅବନୀ ରଞ୍ଜନ ଷଡ଼ଙ୍ଗୀ ପରିଚାଳନା କରିଥିଲେ |

ସେୟାର କରନ୍ତୁ

You May Like

Pin It on Pinterest