ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଶ୍ରୀ ସି. ପି.ରାଧାକୃଷ୍ଣନ୍….

ଭୁବନେଶ୍ବର(ବାସ୍ତବକଥା): ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ୍ ଆସନ୍ତାକାଲି, ୯ ଜୁଲାଇ ୨୦୨୬ରେ ଭୁବନେଶ୍ୱର ଗସ୍ତରେ ଆସିବେ ।

ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର (ଏଲଓଏ) ପ୍ରଦାନ କରିବେ।ଏହି ଅବସରରେ ସେ ଓଡ଼ିଶା ଗଭୀର ସମୁଦ୍ର ମାଛ ଧରା ମିଶନ ଦସ୍ତାବିଜକୁ ମଧ୍ୟ ଉନ୍ମୋଚନ କରିବେ।
ଆସନ୍ତାକାଲି ଅପରାହ୍ନରେ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ନାଇଜର)ର ପଞ୍ଚଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।

ସେୟାର କରନ୍ତୁ

You May Like

Pin It on Pinterest