କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା….

କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ)୨୨/୦୮: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତି ପ୍ରାୟ ୦୪ଟାରେ ଏକ୍ସରେ ରୁମ୍ ରେ କାର୍ଯ୍ୟରତ ଜୁନିୟର ରେଡିଓ ଗ୍ରାଫର ସତ୍ୟବ୍ରତ ରାଉତଙ୍କୁ ଡାକ୍ତର ରଙ୍କନିଧି ବେହେରା ଦୁର୍ବ୍ୟବହାର କରିଥିବା ସହ ଏକ୍ସ ରୁମରେ ବ୍ୟବହୃତ ହେଉଥିବା କ୍ୟାସେଟ୍ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ରୁମ୍ ତାଲା ପଡ଼ିଥିବା ସହ କର୍ମଚାରୀ ଡ୍ୟୁଟି ବନ୍ଦ କରିଦେଇଥିବା ବେଳେ ବିଭିନ୍ନ ଯାଗାରୁ ଆସୁଥିବା ରୋଗୀ ଏକ୍ସରେ ନକରି ଫେରୁଥିବା ଜଣାପଡିଛି। କେଉଁ ପରିସ୍ଥିତିରେ ଓ କାହିଁକି ଡ଼ାକ୍ତର ଶ୍ରୀ ବେହେରା ଜଣେ କର୍ମଚାରୀଙ୍କ ପ୍ରତି ଏଭଳି ଅଭାବନୀୟ ଘଟଣା ଘଟାଇଲେ,ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି।

ସେୟାର କରନ୍ତୁ

Next Post

ଖଟିଆରେ ବୁହା ହେଲେ ଗର୍ଭବତୀ, ରାସ୍ତା ଅଭାବରୁ ଦୁର୍ଦ୍ଦଶା....

Sat Aug 22 , 2026
ତେନ୍ତୁଳିଖୁଣ୍ଟି(ବାସ୍ତବ କଥା):୨୨/୮-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବରଡ଼ାଜୋଡ଼ି ଗ୍ରାମରେ ପୁଣିଥରେ ରାସ୍ତା ଅଭାବର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା ଅସୁସ୍ଥ ହେବା ପରେ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚି ନପାରିବାରୁ ପରିବାର ସଦସ୍ୟ ଓ ଗ୍ରାମର ଯୁବକମାନେ ତାଙ୍କୁ ଖଟିଆରେ ବୋହି ପ୍ରାୟ ଦୁଇ କିଲୋମିଟର ଦୂରକୁ ନେବାକୁ ବାଧ୍ୟ ହୋଇଥିଲେ।ସୂଚନା ଅନୁସାରେ, ବରଡ଼ାଜୋଡ଼ି ଗ୍ରାମର ପୁରୁନ ଜାନିଙ୍କ ପତ୍ନୀ ମଇନା ଜାନି ଅସୁସ୍ଥ […]

You May Like

Pin It on Pinterest