ଜଙ୍ଗଲ ବିଭାଗକୁ ବଡ଼ ସଫଳତା….

ଆନନ୍ଦପୁର(ନିର୍ମଳ ରାଉଳ): କେନ୍ଦୁଝର ବନ୍ୟ ପ୍ରାଣୀ ବନଖଣ୍ଡ, ଆନନ୍ଦପୁର ର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ଅନୁସାରେ ଦେଓଗାଁ ବନ୍ୟ ପ୍ରାଣୀ ବନାଞ୍ଚଳ ର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସହକାରୀ ବନ ସଂରକ୍ଷକ ଶ୍ରୀ ଉମାକାନ୍ତ ଦାସ ଙ୍କ ନେତୃତ୍ୱରେ ଭଗାମୁଣ୍ଡା ସେକ୍ସନ ର ଆଖୁପାଳ ଗ୍ରାମ ନିକଟରେ ୦୧/୧୧/୨୬ ରାତି ୧ ଘଟିକା ରେ ଚଢ଼ାଉ କରି ୧୦ ଗୋଟି ଶାଳ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ସମୟରେ ବନ ବିଭାଗ ଦ୍ଵାରା ଜବତ ହୋଇଅଛି।

ଚଢାଉ ରେ ଭଗାମୁଣ୍ଡା ବନପାଳ ଶ୍ରୀ ଧିରେନ୍ଦ୍ର କୁମାର ପାତ୍ର, ଗଦୁଆଁ ବନରକ୍ଷୀ ଶ୍ରୀ ଗୁରୁଚରଣ ମାହାନ୍ତ, ଭଗାମୁଣ୍ଡା ବନରକ୍ଷୀ ଶ୍ରୀ ମଣି ଶଙ୍କର ରାଜ୍ ଓ ସ୍କ୍ୱାର୍ଡ ମେମ୍ବର ସାମିଲ ହୋଇଥିଲେ।ବନ ବିଭାଗର ଅଧିକାରୀ ମାନଙ୍କୁ ଦେଖି କାଠ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଜବତ୍ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ଅଟେ।

ସେୟାର କରନ୍ତୁ

You May Like

Pin It on Pinterest