ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ଙ୍କ କୁଆଁରମୁଣ୍ଡା ଗ୍ରାମାଞ୍ଚଳ ମାଣ୍ଡିଆ କ୍ଷେତ ପରିଦର୍ଶନ…

କୁଆଁରମୁଣ୍ଡା(ଡ.ଅମୁଲ୍ୟ କୁମାର ଜେନା): ହେଉଛି ଏକ କୃଷି ବହୁଳ ବ୍ଲକ ଯାହାର ଜନସାଧାରଣ ମାନେ କୃଷି ଉପରେ ନିର୍ଭର କରି ପରିବାର ପୋଷଣ କରନ୍ତି । ସେଇ ବ୍ଲକ ରେ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ଏକ ଦିନିକିଆ କାଦୋବାହଲ ଓ ଝୁରୁମୁର ଗ୍ରାମ କୁ ଯାଇ ମାଣ୍ଡିଆ ଚାଷୀ ଙ୍କ ସହିତ ଆଲୋଚନା କରି ତାଙ୍କର କ୍ଷେତ ପରିଦର୍ଶନ କରିଥିଲେ ।

ଏହାକୁ କୁଆଁରମୁଣ୍ଡା ବ୍ଲକ ର ଶ୍ରୀ ଅର୍ଣ୍ଣ ଯୋଜନା ର ବ୍ଲକ ସଂଯୋଜକ ଶ୍ରୀ ରମେଶ ମଲିକ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ତାଙ୍କ ଟିମ୍ କୁଆଁରମୁଣ୍ଡା ବ୍ଲକ ର କାଦୋବାହାଲ ଓ ଝୁରୁମୁରୁ ଗ୍ରାମ ପରିଦର୍ଶନ କରିଥିଲେ ।ଜିଲ୍ଲା ମୁଖ୍ୟ ଅଧିକାରୀ ଏସି ରୁମ୍ ଛାଡି ଯେତେବେଳେ କାଦୁଅ ମାଟିରେ ଓହ୍ଲାନ୍ତି, ସେତେବେଳେ ଚାଷୀ ହସେ କାରଣ ଖରା ବର୍ଷା କୁ ଖାତିରି ନକରି ଯେମିତ ଚାଷୀ ଚାଷ କରେ ଠିକ୍ ସେହିପରି ଚାଷ ପ୍ରତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଆଗ୍ରହ ହେଖିବାକୁ ମିଳିଥିଲା ।

ଆଜି ଜଣେ ଜିଲ୍ଲା ଅଧିକାରୀଙ୍କୁ ଚାଷୀମାନେ ଦେଖି କୁଣ୍ଢେ ମୋଟା ହୋଇଯାଇଥିଲେ କାରଣ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମିଶ୍ର କାଦୋବହାଲ ଏବଂ ଝୁରୁମୁର୍ ଗ୍ରାମରେ ତାଙ୍କର ପାଦ ପଡ଼ିଛି ଆଉ ମଧ୍ୟ ମାଇଲ ମାଇଲ ଧରି ଲହ ଲହ ହେଉଥିବା ମାଣ୍ଡିଆ କ୍ଷେତ ଦେଖି ସେ ବହୁତ ଖୁସି ହେଲେ। ଚାଷୀ ମାନଙ୍କ ପାଖରେ ବସି, ତାଙ୍କ ହାତ ଧରି ପଚାରିଲେ କେମିତି ଅଛ? ମାଣ୍ଡିଆରେ ଚାଷ ରେ କଣ ଲାଭ ହେଉଛି ।
ଚାଷୀ ମାନେ କହିଲେ ଆଜ୍ଞା, ଶ୍ରୀ ଅନ୍ନ ମିଶନରେ ଆମର ଭାଗ୍ୟ ବଦଳି ଯାଇଛି । ଯାହା ଦ୍ଵାରା ଆମର ଜୀବନ ଧାରଣ ମାନ ବଢ଼ିଛି ।ତେଣୁ ଆମେ ମାଣ୍ଡିଆ ଚାଷକୁ ଆପଣେଇ ନେଇଛୁ ।
ଜିଲ୍ଲା କୃଷି ଅଧିକାରୀ ସମସ୍ତ ଚାଷୀ ଙ୍କୁ ଗୋଟିଏ କଥା କହିଲେ ମାଣ୍ଡିଆ କେବଳ ଫସଲ ନୁହେଁ, ଏହା ଆମ ମାଟିର ସୁନା। ଆଉ ମଧ୍ୟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାଦୋବାହାଲ ଗ୍ରାମରେ ଜୈବିକ ସାର୍ ପକ୍ରୀୟ କରିବା ପାଇଁ ଏକ ଚାଷୀ ସହିତ ଜାଗା ପରିଦର୍ଶନ କରିଥିଲେ ଓ ସରକାର ତରଫରୁ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କହିଥିଲେ ।

ଆଜିର ଏହି ପରିଦର୍ଶନ ଅବସରରେ କୃଷି ଜିଲ୍ଲା ଅଧିକାରୀ ରାଜଗାଙ୍ଗପୁର ର ଶ୍ରୀ ନରେଶ ମହାନନ୍ଦ, ଜିଲ୍ଲା କୃଷି ଅଧିକାରୀ ପାନପୋଷର ତୃପ୍ତି ପଟେଲ ,ବ୍ଲକ୍ କୃଷି ଅଧିକାରୀ କୁଆଁରମୁଣ୍ଡାର ଶ୍ରୀମତୀ ରାଜ ଲକ୍ଷ୍ମୀ ମହାନ୍ତି , ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ପଣ୍ଡା କୃଷି ଓଭରସର୍ କାଦୋବହାଲର ପଦ୍ମଶ୍ରୀ ପଟେଲ ପ୍ରମୁଖ ଉପସ୍ଥିତ ରହି କ୍ଷେତ୍ର ପରିଦର୍ଶନ କରିଥିଲେ ।ଶେଷରେ ସମସ୍ତ ଚାଷୀ କହିଥିଲେ ଜଣେ ଅଧିକାରୀ ନୁହେଁ, ଜଣେ ବନ୍ଧୁ ଆସିଥିଲେ ।

ସେୟାର କରନ୍ତୁ

You May Like

Pin It on Pinterest