ବଙ୍ଗୋପସାଗରରେ ଦାନା ବାନ୍ଧିଛି ଲଘୁଚାପ :୧୮ ଓ ୧୯ ରେ ରାଜ୍ୟରେ ପ୍ରବଳ ବର୍ଷା

ବାସ୍ତବ ବ୍ୟୁରୋ-ବଙ୍ଗୋପସାଗରରେ ଦାନା ବାନ୍ଧିଛି ଲଘୁଚାପ  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍ ରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୮ ଓ ୧୯ ରେ  ପ୍ରବଳ ବର୍ଷା ହେବ । ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୁତ ହେଉଛି । ଏହି ଲଘୁଚାପ ବଳୟ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତି ଅଂଚଳରେ ୱେଲମାର୍କ-ଲୋ-ପ୍ରେସର ରୁପ ନେଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ୧୬ ରେ ବାତ୍ୟାରେ ପରିଣତ ହେବ। ୧୮ ଓ ୧୯ ରେ ଏହା ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପରବର୍ତି ସମୟରେ ଏହି ଅବପାତ ଘନୀଭୁତ ହୋଇ ମେ ୧୬ ତାରିଖ ସଂଧ୍ୟା ବେଳକୁ ସାମୁଦ୍ରିକ ଝଡର ରୁପ ନେବା ସମ୍ଭାବନା ରହିଛି ।

ଆଂଚଳିକ ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି ଯେ, ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮ ରୁ ୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି । ଯଦି ଏହା ଦିଗ ପରିବର୍ତନ କରି ମେ ୧୮ ଓ ୧୯ ତାରିଖ ଯାଏଁ ଉତର-ଉତର-ପୂର୍ବ ଦିଗରେ ଉତର ବଙ୍ଗୋପ ସାଗରରେ ଗତି କରେ ତେବେ ସାମୁଦ୍ରିକ ଝଡ ଗତି ପଶ୍ଚିମବଙ୍ଗ ଆଡକୁ ମୁହାଁହେବ । ଯଦି ଏହି ପୁଣି ଗତି ପରିବର୍ତନ କରି ଉତର-ଉତର-ପଶ୍ଚିମ ଦିଗକୁ ମୁହାଁଏ ତେବେ ଓଡିଶା ଆଡକୁ ମୁହାଁଇବାର ଆଶଙ୍କା ଅଛି । ତେବେ ଓଡ଼ିଶା ପାଇଁ ବାତ୍ୟା ଭୟ ଅଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ଆତ୍ମ ନିର୍ଭର ଭାରତ"ଦ୍ୱିତୀୟ କିସ୍ତି ପ୍ୟାକେଜ ଘୋଷଣା...

Thu May 14 , 2020
ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ଦ୍ୱିତୀୟ କିସ୍ତି ଘୋଷଣା କରିଛନ୍ତି । ଏହି ସ୍କିମ୍ ଦ୍ୱାରା ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ଉପକୃତ ହେବେ । ଏହି ସ୍କିମ୍ ଅନୁସାରେ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ […]

You May Like

Pin It on Pinterest