ବଦଳିବ ଲୋକଙ୍କ ଭାବନା ଯାଜପୁରରୁ କିନ୍ନର ପ୍ରାର୍ଥୀ !

ରାଜନୀତି ପାଲଟୁଛି ରଣନୀତି । କେଉଁ ଦଳ କାହାକୁ କେଉଁଠୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ଅଙ୍କ କଷା । ନିକଟରେ ବିଜେଡ଼ି ଓ କଂଗ୍ରେସ ତାର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିଲେ ମଧ୍ୟ ଏବେ ବି ବିଜେପିତାର ପ୍ରାର୍ଥୀ ତାଲିକା ଘୋଷଣା କରିପାରିନାହିଁ । କିନ୍ତୁ ନିଜର ପ୍ରାର୍ଥୀ ତାଲିକା ସଜାଡ଼ିବାରେ ବିଳମ୍ବ କରିନି ବହୁଜନ ସମାଜ ପାର୍ଟି । ସମାଜବାଦୀ ପାର୍ଟି ତରଫରୁ ଯାଜପୁରର କୋରେଇ ବିଧାନସଭା ଆସନରୁ ଲଢ଼ିବେ କାଜଲ କିନ୍ନର । ସେପଟେ କାଜଲଙ୍କୁ ବିଏସପି ଟିକେଟ ମିଳିବା ପରେ କିନ୍ନର ମହଲ ଏହାକୁ ସ୍ୱାଗତ କରିଛି । କାଜଲ ଦୀର୍ଘ ବର୍ଷ ହେଲା ଯାଜପୁରରେ ରହି ସମାଜସେବା କରିଆସୁଛନ୍ତି । ଅନ୍ୟପଟେ କାଜଲ ନିର୍ବାଚନ ଲଢ଼ିଲେ ସ୍ଥାନୀୟ ମହିଳା ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ନାରୀ ଓ ପୁରୁଷ ସହ କିନ୍ନର ମଧ୍ୟ ପାଦ ମିଳାଇ ଚାଲିପାରିବେ ବୋଲି ସେ ନିର୍ବାଚନ ଲଢ଼ୁଥିବା କାଜଲ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳାହାଣ୍ଡି ଳୋକସଭା ଓ ୫ ବିଧାନସଭା ପାଇଁଁ ନାମାଙ୍କନ ଦାଖଲ

Tue Mar 26 , 2019
ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି ଳୋକସଭା ଓ ୫ ଟି ବିଧାନସଭା ପାଇଁଁ ସୋମବାର ନାମାଙ୍କନ ଦାଖଳ ପ୍ରକ୍ରିୟା ଶେଷ ହୋଇଛି। କଳାହାଣ୍ଡି ର ଆରାଧ୍ୟ ଦେବି ମାଁ ମାଣିକେଶ୍ବରି ମନ୍ଦିର ରୁ ସମସ୍ତ ପ୍ରାର୍ଥୀ ମାନେ ପୁଜା ପାଠ ପରେ ସମର୍ଥକ ସହ ଶୋଭାଯାତ୍ରା କରି ନାମାଙ୍କନ ପାଇଁଁ ବାହାରି ଥିଲେ। ଲୋକସଭା ପ୍ରାର୍ଥୀ ପାଇଁଁ ବିଜେଡି ରୁ ପୁଷ୍ପେନ୍ଦ୍ର ସିଂଦେଓ ବିଜେପି […]
Bjp

You May Like

Pin It on Pinterest