୧-୯ ବର୍ଷ ପରେ ମେ’ ୨୭ରେ ମହାକାଶକୁ ଯିବ ସ୍ପେସ – ଏକ୍ସ, ନାସା ପ୍ରସ୍ତୁତ।
୨-ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗକୁ 1000 କୋଟି ପ୍ରାରମ୍ଭିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୩-ମହାମାରୀ ବେଳେ ମହାବାତ୍ୟା ମୁକାବିଲା କରିଥିବାରୁ ଓଡିଶାକୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ନବୀନ ବାବୁଙ୍କ ଟିମ୍ ଭଲ ପ୍ରଦର୍ଶନ କରିଛନ୍ତି, ବାତ୍ୟା ମୁହଁରୁ ଜୀବନ ବଞ୍ଚାଇଛନ୍ତି।
୪-ଜୁଲାଇ ପହିଲାରୁ ୧୪ ଯାଏଁ ହେବ ବାକିଥିବା ICSE ଦଶମ ଓ ଦ୍ବାଦଶ ପରୀକ୍ଷା।
୫-Onlineରେ ସାବିତ୍ରୀ ବ୍ରତ ପାଳନ । ଭିଡିଓ କଲିଂରେ ଦୂରରେ ଥିବା ସ୍ୱାମୀଙ୍କ ଆର୍ଶୀବାଦ ନେଲେ ପତ୍ନୀ । ସଙ୍ଗରୋଧ କେନ୍ଦ୍ରରୁ ଆସିଲା ରୋଚକ ଚିତ୍ର, ସାମାଜିକ ଦୂରତା ରଖି ସ୍ୱାମୀଙ୍କୁ ପୂଜାର୍ଚ୍ଚନା କଲେ ମହିଳା ।
୬-ଭୁବନେଶ୍ୱର:୪୫ଡିଗ୍ରୀ ଟପିଲା ଟିଟିଲାଗଡ଼,୯ଟି ସ୍ଥାନରେ ପାରଦ ୪୨ଡିଗ୍ରୀ ଉପରେ।
୭-ଯାଜପୁର:କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନର ପ୍ରୟାସ,କ୍ୱାରେନଟାଇନ ସେଣ୍ଟରରେ ଥିବା ୨୧ ପ୍ରବାସୀ ଓଡିଆ ମହିଳାଙ୍କୁ ବ୍ରତ ପାଳନ ପାଇଁ ଦେଲେ ସାବିତ୍ରୀ ଭାର।
୮- ରାଜ୍ୟରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ, ୧୧୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା।ପୁଣି ୪୩ଜଣ ହେଲେ ସୁସ୍ଥ।
୯-ତାମିଲନାଡ଼ୁ : ଭୂତପୂର୍ବ ମୁଖ୍ୟ ମନ୍ତ୍ରୀ ଜୟ ଲଳିତାଙ୍କ ଘର ହେବ ସଂଗ୍ରହାଳୟ, ରାଜ୍ୟପାଳ ଜାରି କଲେ ଅଧ୍ୟାଦେଶ।
୧୦-ଆରବିଆଇର ରେପୋ ରେଟ୍ ହ୍ରାସ,ଋଣର EMI ଦେୟ ଉପରେ ଅତିରିକ୍ତ 3 ମାସର ରିହାତି ପ୍ରଦାନ ।
୧୧-କରାଚୀ: ପାକିସ୍ତାନରେ ବିମାନ ଦୁର୍ଘଟଣା,୧୦୦ମୃତ ଆଶଂକା।ସମବେଦନା ଜଣାଇଲେ ମୋଦୀ।




