ଅନ୍-ଲାଇନରେ ଘରେ ପହଞ୍ଚିବ ମଦ : ଆପଣମାନେ ଖୁସି ତ?

ବାସ୍ତବ ବ୍ୟୁରୋ– ଆସନ୍ତା କାଲିଠାରୁ ଅନ୍-ଲାଇନରେ ଅଡର୍ କଲେ ଆପଣଙ୍କ ଘରେ ପହଂଚିବ ମଦ । ଓଡିଶା ଅବକାରୀ ନିୟମ-୨୦୧୭ ରେ ଆବଶ୍ୟକୀୟ ପରିବର୍ତନ କରି, ଓଡିଶା ଅବକାରୀ ବିଭାଗ ପକ୍ଷରୁ ଏଇ ସୁବିଧା ଉପଲବ୍ଧ କରାଯାଇଅଛି । ମଦ ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ, ଘରୋଇ କମ୍ପାନି ଜମାଟୋ ଓ ସ୍ୱିଗିକୁ ଅନୁମତି ପ୍ରଦାନ କରିଅଛନ୍ତି ଏ ନେଇ ଆଜି ଅବକାରୀ କମିସନର ଅଞ୍ଜନ କୁମାର ମାଣିକ ବିଜ୍ଞପ୍ତି ଜାରି କରିଛନ୍ତି ।

ସୂଚନା ଅନୁସାରେ ଜମାଟୋ ଓ ସ୍ୱିଗି ମଦର ହୋମ୍ ଡେଲିଭରି ଲାଗି ଆବେଦନ କରିଥିଲେ, ସେମାନଙ୍କ ଆବେଦନ ମୁତାବକ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ଜମାଟୋ ମଦ ହୋମ୍ ଡେଲିଭରି କରିବ । ସେହିଭଳି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ସ୍ୱିଗି ମଦ ହୋମ୍ ଡେଲିଭରି କରିବ ।

  • ସବୁଠୁ ବଡ କଥା, ମଦ ଉପରେ ୫୦ ପ୍ରତିଶତ କୋଭିଡ୍‌ ଟ୍ୟାକ୍ସ ଲଗାଇଛନ୍ତି ରାଜ୍ୟ ସରକାର ।
  • କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ ।
  • ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି ଦେବେ ।  ହେଲେ ଏଥି ପାଇଁ ଗ୍ରାହକଙ୍କୁ ଏମଆରପି ଉପରେ ଅଧିକ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ।
  • ଏହି ଅଧିକ ୫୦ ପ୍ରତିଶତ ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି ।
  • ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନରୁ ଗ୍ରାହକଙ୍କ ଚାହିଦା ଅନୁସାରେ ଘରେ ପହଞ୍ଚିବ ମଦ । 
  • ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ବୋର୍ଡ଼ରେ ଫୋନ୍‌ ନମ୍ବର, ହ୍ବାଟସ୍‌ଆପ୍‌ ନମ୍ବର, ଇ-ମେଲ ଆଇଡି ରହିବ । ଏଥି ସହ OSBC ଓ୍ବେବସାଇଟ୍‌ osbc.co.inରେ ଜିଲ୍ଲାଓ୍ବାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ ।
  • ରିଟେଲର ମଧ୍ୟ ଏହି ହୋମ ଡେଲିଭରି ବ୍ୟବସ୍ଥାରେ ମଦ ପାଇବେ। ସକାଳ ୭ଟାରୁ ସଂଧ୍ୟା ୬ଟା ଭିତରେ ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।

ଏବେ କୁହନ୍ତୁ ଆପଣମାନେ ଖୁସି ତ ?

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun May 24 , 2020
୧-ଆଜିଠୁ ରାଜଧାନୀ ପରୀକ୍ଷାମୂଳକ ଭାବେ ଖୋଲିଲା ପ୍ରମୁଖ ପାର୍କ। ସକାଳ ୭ଟା ରୁ ୧୦ଟା ଏବଂ ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ପାର୍କ ରେ ମାସ୍କ୍ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ପ୍ରମୁଖ ପାର୍କ ହେଲା ଫରେଷ୍ଟ , ବୁଦ୍ଧ ଓ ଆଇଜି ପାର୍କ। ୨-ଆଜି ନୂଆ ୮୧ କୋରୋନା ପଜିଟିଭ୍। ବରଗଡ଼ ଓ ନୂଆପଡ଼ା ରେ ନୂଆ କରି ଯୋଡ଼ି ହୋଇ […]

You May Like

Pin It on Pinterest