କେରଳରେ ମୌସୁମୀ

ବାସ୍ତବ ବ୍ୟୁରୋ: ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହେଇଯାଇଛି । ବଙ୍ଗୋପସାଗର ଉପରେ ସୃଷ୍ଟ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ଏ ବର୍ଷ ଭାରତରେ ମୌସୁମୀ ବାୟୁ ଅଗ୍ରଗତିକୁ ତ୍ବରାନ୍ବିତ କରିଛି । ଏ ବର୍ଷ ଭାରତରେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ସ୍ବାଭାବିକ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ମେ ୩୦ ତାରିଖ ଦିନ ଘରୋଇ ପାଣିପାଗ ସଂସ୍ଥାନ ସ୍କାଇମେଟ୍ ନିଶ୍ଚିତ କରି କହିଥିଲା ଯେ କେରଳକୁ ମୌସୁମୀ ବାୟୁ ଆସିସାରିଛି। ଜୁନ୍‌ରୁ ସେପ୍ଟେମ୍ବର ମାସ ଯାଏଁ, ଚାରିମାସ ଦେଶରେ ୭୫% ବୃଷ୍ଟିପାତ ହେବ । ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୭୫ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା ସରକାରଙ୍କ କରୋନା ସମ୍ପର୍କିତ ନୂଆ ଗାଇଡଲାଇନ୍...

Mon Jun 1 , 2020
ବାସ୍ତବ ବ୍ୟୁରୋ-ରାଜ୍ୟ ରେ ଦିନ କୁ ଦିନ ବଡୁଥିବା କରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଜାରି କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, କରୋନାକୁ ଗ୍ଲୋବାଲ ଟ୍ରାଭେଲର୍ସମାନେ ଦେଶରୁ ଦେଶକୁ ନେଇଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ବାହାରୁ ଆସୁଥିବା […]

You May Like

Pin It on Pinterest