ଆଜିର ଖାସ୍ ଖବର

୧-ଦିଲ୍ଲୀରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ୭ଦିନିଆ ହୋମ୍ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ ।

୨-ନୂଆଦିଲ୍ଲୀ:ବଦଳିଲା ୬୫ ବର୍ଷର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ :ଆଳୁ,ପିଆଜଓ ଡାଲି ଏସମାରୁ ବାଦ୍।

୩-ବାତ୍ୟା ଅମ୍ଫନ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ୫ ଜଣିଆ କେନ୍ଦ୍ରୀୟ ଟିମ୍‌।

୪-ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ।

୫-୨୫୦୦ରୁ ଅଧିକ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି: ଉଦବେଗ ପ୍ରକାଶ କଲା ଓଷ୍ଟା।

୬-କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ : ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ।

୭-ଡ. ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଅତିରିକ୍ତ ଡ଼ିଜି ନିଯୁକ୍ତ।

୮-ଖଣ୍ଡଗିରି: ପଡୋଶୀ ମହିଳାଙ୍କ ବର୍ବର କାଣ୍ଡ,ଶିଶୁର ତଣ୍ଟି ଚିପି ହତ୍ୟା।

୯-ଅର୍ଜୁନ ପୁରସ୍କାର ଦୌଡ଼ରେ ଦେଶର ଦ୍ରୁତତମ ଧାବିକା ଦୂୂତି ଚାନ୍ଦଙ୍କ ନାମ ସୁପାରିସ।

୧୦-୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ।

୧୧-ଓଡିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ, ମାର୍ଚ୍ଚ ୧୬ରୁ ଜୁନ୍ ୧୩ର ମିଳିବ ଟଙ୍କା।ପ୍ରାଥମିକ ଶ୍ରେଣୀ ପାଇଁ ଜଣକ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଜଣକ ପିଛା ୭୧୭ ଟଙ୍କା ଦେବାକୁ ନିର୍ଦ୍ଦେଶ ।

୧୨-ଭାରତ ଚାପରେ ନଇଁଲା ଚୀନ,ଏଲଏସିରେ ୨ କିମି ପଛକୁ ହଟିଲା।

୧୩-ରାଜ୍ୟ ପାଇଁ ଖୁସି ଖବର, ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଅନ୍ୟପଟେ ୩୦ ଜିଲ୍ଲାକୁ ଛୁଇଁଲା କରୋନା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୀ ସହରରେ ସ୍ନାନ ଯାତ୍ରା ପାଇଁ ୩୮ ପ୍ଲାଟୁନ ଫୋର୍ସ

Thu Jun 4 , 2020
ବାସ୍ତବ ବ୍ୟୁରୋ-ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି ଯେ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରେ ଭକ୍ତମାନଙ୍କୁ ଦୁରେଇ ରଖିବା ନେଇ ଆଜି ରାତିରୁ ପୁରୀରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପୁରୀରେ ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଅନ୍ୟପକ୍ଷରେ ଭକ୍ତମାନଙ୍କୁ […]

You May Like

Pin It on Pinterest