ଆଜିର ଖାସ୍ ଖବର

୧- କରୋନାଭାଇରସ୍ ସଂକ୍ରମଣ ବଢୁଥିବା ୧୫ଟି ରାଜ୍ୟ ରେ ଉଚ୍ଚସ୍ତରୀୟ ଟିମ୍ ମୁତୟନ କଲେ କେନ୍ଦ୍ର ସରକାର ।

୨-ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୧୦୬ଟି ସକ୍ରିୟ ମାମଲା ରହିଛି । ସେହିପରି ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।

୩-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୫୮୩; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯, ୯୭୧।

୪-ପୁରୀରେ ଖୋଲିଲା ‌ହୋଟେଲ, ଆସିଲା ବୁକିଂ।

୫-ଆଜି ଦିନ ୧୧ଟାରେ କୋଭିଡ ଯୋଦ୍ଧାଙ୍କୁ ଭିଡିଓ କନ୍‌ଫରେନସିଂ ଜରିଆରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ସବୁ ଜିଲ୍ଲାର ସିଡିଏମ୍ଓ, ମେଡିକାଲ କଲେଜର କର୍ମଚାରୀ, କୋଭିଡ୍ ହସ୍ପିଟାଲର ଅଧିକାରୀ ଏହି କର୍ମଶାଳାରେ ଯୋଗ ଦେବେ।

୬-ଆସୁଛି ରଜ; ବ୍ୟବସାୟିକ ପ୍ରତିଷ୍ଠାନରେ ଜମିଲାଣି ଭିଡ଼, ପ୍ରଶାସନ ପାଇଁ ବଢ଼ିଲା ଚିନ୍ତା।

୭-କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ; ଶ୍ରମିକଙ୍କ ଦକ୍ଷତା ମାପି ନିଯୁକ୍ତି ଦିଅ।

୮-ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା, ଚିଠି ଲେଖି ସତର୍କ କରାଇଲେ ଏସଆରସି।

୯-ଅଫିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌, ଯେତେ ସମୟ ଅଫିସରେ ରହିବେ ମାସ୍କ ପିନ୍ଧିବାକୁ ବାଧ୍ୟ।

୧୦-ଆଜି ମହାପ୍ରଭୁଙ୍କୁ ଲାଗି କରାଯିବ ଫୁଲୁରି ତେଲ, ସେପଟେ ଆଗେଇ ଚାଲିଛି ରଥ କାର୍ଯ୍ୟ। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବେ ସରକାର।

୧୧-ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ତୃତୀୟ ମହିଳା ବିଚାରପତି।

୧୨-ତିନି ଦିନରେ ପେଟ୍ରୋଲ ୧ଟଙ୍କା ୭୮ପଇସା ଓ ଡିଜେଲ ୧ଟଙ୍କା ୭୭ପଇସା ବଢ଼ିଛି।

୧୩-ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତି, ସେପ୍ଟେମ୍ବର ୩୦ ତାରିଖ ଯାଏ ବଢିଲା ଗାଡି କାଗଜପତ୍ର ଅବଧି।

୧୪-ନୂଆଦିଲ୍ଲୀ:୧୦ ରାଜ୍ୟର ୩୮ ଜିଲାରେ ଘରକୁ ଘର ବୁଲି କରାଯିବ କରୋନା ସର୍ବେକ୍ଷଣ।

୧୫-ଭାରତ-ଚିନ୍ ସୀମା ବିବାଦର ଅନ୍ତ:୨.୫କିମି ପଛକୁ ହଟିଲା ଚିନ୍ ସେନା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Wed Jun 10 , 2020
ବାସ୍ତବ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଫରେନିଂସିରେ ଜରିଆରେ ସିଡିଏମଓ ଏବଂ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀ ମାନଙ୍କ ସହ କଥା ହୋଇଛନ୍ତି । ଚିନ୍ତା ବଢାଉଛି କୋଭିଡ ଯୋଦ୍ଧାଙ୍କୁ କରୋନା ସଂକ୍ରମଣ । କରୋନା ଲଢେଇରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣ ଏବେ ଦିନ କୁ ଦିନ ବଢ଼ି ଚାଲିଛି । ଆଜି ଭୁବନେଶ୍ବର ଏମ୍‌ସରେ ଆଉ […]

You May Like

Pin It on Pinterest