ରଜ ସଜ ବାଜ! କୋହଳ ହେଲା କର୍ଫ୍ୟୁ

ବାସ୍ତବ ବ୍ୟୁରୋ:ଓଡ଼ିଶାର ଗଣପର୍ବ ରଜ ପର୍ବ ପାଇଁ ରାଜ୍ୟ ସରକାର କୋହଳ କଲେ ଶୁକ୍ରବାର ରାତିର କର୍ଫ୍ୟୁ । ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଶୁକ୍ରବାର ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

Khabar Odisha: The-state-government-has-cracked-down-on-night-curfews-for-Raja-celebration

ଆଗାମୀ ୭ ଦିନ ଧରି ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ପ୍ରତିବର୍ଷ ଏଠାରେ ରଜ ଉତ୍ସବ ପାଳନ ପାଇଁ ୧୪ ତାରିଖରୁ ୨୦ ତାରିଖ ଯାଏଁ ଜନସମାଗମ ଦେଖିବାକୁ ମିଳେ । କିନ୍ତୁ ଏ ବର୍ଷ କରୋନା ପାଇଁ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ।

ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ କଟକଣା ଲଗାଇଛି ଜିଲ୍ଲା-ପ୍ରଶାସନ । ଏହି କଟକଣା ଆସନ୍ତା ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରହିବ । ଏହି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାର୍ମେଂଟ ଓ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ଅନ୍ୟ ଦୋକାନ ଗୁଡିକ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାବାକୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତିଲ ହେଲା ୟୁଜି ର ଷଷ୍ଠ ଓ ପିଜି ର ଚତୁର୍ଥ ସେମିଷ୍ଟାର ପରୀକ୍ଷା

Thu Jun 11 , 2020
ବାସ୍ତବ ବ୍ୟୁରୋ–ରାଜ୍ୟରେ କରୋନା କଟକଣା ଯୋଗୁ ବାତିଲ ହେଲା ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାର । ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନଫରେନସିଙ୍ଗ ଜରିଆରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ବୈଠକ ପରେ ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । UGC ପ୍ରସ୍ତାବ ଅନୁସାରେ, ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା […]

You May Like

Pin It on Pinterest