ବାସ୍ତବ ବ୍ୟୁରୋ- ରାଜପଥ କଡ଼ ରେ ଥିବା ଢାବା ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କଲେ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ ସମୟରେ ମଧ୍ୟ ଖୋଲା ରହିବ। ତେବେ ସେଠାରେ କେହି ବସି ଖାଇପାରିବେ ନାହିଁ, କେବଳ ଖାଦ୍ୟ ପ୍ୟାକ କରି ଘରକୁ ନେଇ ପାରିବେ । ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ସାପ୍ତାହିକ ସଟ୍ଡାଉନ୍ ରେ ମଧ୍ୟ ଖୋଲା ରହିବ । ସପ୍ତାହନ୍ତ ସଟ୍ଡାଉନ ସମୟରେ ଧାନ କିଣା, ଚାଉଳ ଯୋଗାଣ, ଚିନାବାଦାମ ଓ ଡାଲି କିଣିବା ପ୍ରକ୍ରିୟା ଚାଲି ପାରିବ ।




