ଆଜିର ଖାସ୍ ଖବର

ରଜ ପର୍ବ ଉପଲକ୍ଷ ସମଗ୍ର ରାଜ୍ୟବାସୀ ତଥା ବାସ୍ତବ ଟିଭି କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଅନେକ ଅନେକ ଶୁଭେଚ୍ଛା। ରଜ ଆସିଛି ପ୍ରତି ବର୍ଷ ବି ଆସିବ ଏ ବର୍ଷ ମନ ଫିକା ହୋଇପାରେ କିନ୍ତୁ ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ, ଟିକିିଏ ତ୍ୟାଗ ଆମେ କଣ କରିପାରିବାନି । ଘରେ ରହିବା ସୁସ୍ଥ ରହିବା, ଆସନ୍ତା ବର୍ଷ ରଜ ପାଳିବା

୧-ରାଜ୍ୟରେ ନୂଆ ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚିଛି । ୨୫୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି।

୨-ବିଶ୍ୱରେ କରୋନା ଆକ୍ରାନ୍ତ ଦେଶ ତାଲିକା ରେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ଶୀର୍ଷରେ ଆମେରିକା ।

୩-ସମଗ୍ର ଦେଶରେ ୩୨୦୯୨୨ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୨୩୭୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯୩୪୮ ଜଣ ଅଛନ୍ତି ଏବଂ ଦେଶରେ ମୃତ୍ୟୁସଂଖ୍ୟା ୯୧୯୫ରେ ପହଞ୍ଚିଛି ।

୪-ଭୁବନେଶ୍ବରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି।

୫-ସରକାରୀ ସ୍କୁଲରେ ବି ହ୍ବାଟସ୍‌ଆପ୍‌ରେ ଓ ଟେଲିଫୋନ ମାଧ୍ୟମରେ ଚାଲିଛି ନାମଲେଖା।

୬-୧୧ଟି ଜିଲ୍ଲାରେ କର୍ଫ୍ୟୁ ଭଳି କଟକଣା , ସଟ୍ ଡାଉନ୍ ରେ ପହିଲି ରଜ।

୭-କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟ ର ଜମିକୁ ଜବରଦଖଲ କରି ମାଫିଆ ମାନେ ରାଜ୍ କରୁଥିବା ବେଳେ ମହାକାଳପଡ଼ା ବାୟାବାବା ମହାବିଦ୍ୟାଳୟ ର ମଧ୍ୟ ସମାନ ଅବସ୍ଥା।ଏଥିପ୍ରତି ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଉଛି।

୮-ଜୁନ ୧୯ରେ ରାଜ୍ୟବ୍ୟାପୀ ପାଳନ ହେବ ‘ପଢିବା ଦିବସ’।ସବୁ ଜିଲାପାଳଙ୍କୁ ଓସେପା ପକ୍ଷରୁ ନିର୍ଦେଶ, ଘରେ ରହି ଅନ୍‌ଲାଇନ୍‌ରେ ଭାଗ ନେବେ ବିଦ୍ୟାର୍ଥୀ।

୯-ଓଡ଼ିଶାରେ 2 ହଜାର କୋଟିର ପୁଞ୍ଜି ନିବେଶ କରିବ ମିତ୍ତଲ।

୧୦-ରଜକୁ ଫିକା କରିବ ବର୍ଷା, ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

୧୧-କଟକ : ୧୫ ଓ ୧୬ ଦୁଇ ଦିନ ଘରେ ରହି ରଜ ପାଳିବାକୁ ତହସିଲ ଅଞ୍ଚଳ ଲୋକଙ୍କୁ ନିବେଦନ କଲେ ଜିଲ୍ଲାପାଳ।

୧୨-ଯାତ୍ରୀ ଆସୁନାହାନ୍ତି,୨୦ ଟି ରୁଟରେ ବନ୍ଦ ହେବ OSRTC ବସ୍ ସେବା।

୧୩-ଲକଡାଉନ୍ ସମୟରେ ୨୩୫ଟି ଟ୍ରେନରେ ଓଡ଼ିଶା ଆସିଛନ୍ତି ୨ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ।

୧୪-KIMS କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଲେଣି ୧୦୨୦ ରୋଗୀ।

୧୫-ସପ୍ତାହ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୪ଟଙ୍କା ମହଙ୍ଗା ହେଲାଣି।

୧୬-ଫେସବୁକ ଆଣୁଛି ବଡ଼ ଅପଡେଟ, ଏବେ ସର୍ଚ୍ଚ ରେଜଲ୍ଟରେ ମିଳିବ ଉଇକିପିଡ଼ିଆ ଲିଙ୍କ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଶ୍ୱର ସର୍ବବୃହତ ରଥ ତୁଳସୀକ୍ଷେତ୍ର ର ବ୍ରହ୍ମତାଳଧ୍ୱଜ ...

Sun Jun 14 , 2020
ପୂଣ୍ୟଭୂମି ଭାରତ ବର୍ଷର ରାଜ୍ୟ ମାନଙ୍କ ମଧ୍ୟରୁ ଆଧ୍ୟାତ୍ମିକ , ସାଂସ୍କୃତିକ ଓ ନୈତିକ ଚେତନାର ପ୍ରାଣକେନ୍ଦ୍ର ଦେବଭୂମି ଉତ୍କଳ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଏହି ଭୂମିର ଐତିହାସିକ କେନ୍ଦ୍ରାପଡା ଜିଲ୍ଲାର ସଦର ମହକୁମାସ୍ଥ ଇଛାପୁରଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ବିଦ୍ୟମାନ । ପ୍ରାୟ ୨ ଏକର ୮ ଡିସିମିଲ ବେଷ୍ଟିତ ଭୂମି ଉପରେ ଏହି ମନ୍ଦିର ଅବସ୍ଥିତ ମନ୍ଦିର ସମ୍ମୁଖରେ ୪୦ ଫୁଟ ଉଚ୍ଚର […]

You May Like

Pin It on Pinterest