ରାଜ୍ୟରେ ୧୬ ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଆଶା ଦିଦି ଓ ଏଏନଏମ କର୍ମୀ, ଘର ବୁଲି ପ୍ରତିଟି ବ୍ୟକ୍ତି ବିଶେଷଙ୍କର କରିବେ ସ୍ୱାସ୍ଥ୍ୟ ପରୀକ୍ଷା ….

ବାସ୍ତବ ବ୍ୟୁରୋ: ଆଜି ଅପରାହ୍ଣରେ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତି ସଂପୂର୍ଣ୍ଣ ଆୟତ୍ତାଧୀନ ଅବସ୍ଥାରେ ରହିଛି । ହଁ, ଏକଥା ଅବଶ୍ୟ ସତ ଯେ ଲକ୍‌ଡାଉନ୍‌ ନିୟମ କୋହଳ ହେବାପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।

କୋଭିଡ୍‌-୧୯ ମହାମାରୀ ବିରୋଧରେ ରାଜ୍ୟରେ ଚାଲିଥିବା ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଇ ୪ ରୁ ୬ ସପ୍ତାହ କାଳ ମଧ୍ୟରେ ରାଜ୍ୟବାସୀ ଯଦି ସତର୍କ ଓ ସଚେତନ ରହିବା ସହ ସଂଯମତା ବଜାୟ ରଖିବେ ତେବେ ନିଶ୍ଚିତ ରୂପେ ଜିତିବ ଓଡ଼ିଶା ଓ ହାରିବ କରୋନା ।

ଜୀବନ ସହ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସରକାର ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି । ତେବେ, ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଦେଶର ସର୍ବମାନ୍ୟ ସଂସ୍ଥା ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଅନୁଯାୟୀ ହିଁ ରାଜ୍ୟରେ କରୋନାର ପରୀକ୍ଷଣ ଚାଲିଛି । ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କର ସରକାର କରୋନା ନମୁନାର ପରୀକ୍ଷା କରୁଛନ୍ତି ।

ଏହି ଅବସରରେ ଶ୍ରୀମତୀ ପଣ୍ଡିତ ସୂଚନା ଦେଇ କହିଛନ୍ତି ଯେ, ଯେମିତି କୌଣସି ବି କରୋନାରେ ସଂକ୍ରମିତ ବ୍ୟକ୍ତି ପରୀକ୍ଷଣରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଠାରୁ ସମଗ୍ର ରାଜ୍ୟରେ ଏକ ଅଭିଯାନ ଆରମ୍ଭ ହେବ ଯାହା କି ଜୁଲାଇ ୩୧ ଯାଏଁ ଚାଲିବ । ଏହି ଅଭିଯାନ କାଳରେ ସମସ୍ତ ଆଶା ଦିଦି ଓ ଏଏନ୍‌ଏମ୍‌ ଦିଦିମାନେ ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳ ସମେତ ପ୍ରତିଟି ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ପ୍ରତିଟି ବ୍ୟକ୍ତି ବିଶେଷଙ୍କର ସ୍ୱାସ୍ଥ୍ୟର ପରୀକ୍ଷା କରିବା ସହ ଯାହା ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବେ ଏବଂ ସଙ୍ଗେ ସଙ୍ଗେ ତାଙ୍କର ପରୀକ୍ଷା କରାଇବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jun 16 , 2020
୧-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩. ୪୩ ଲକ୍ଷ ଟପିଲା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି ।୧୮୦୦୧୨ ଜଣ ସୁସ୍ଥ ହୋଇଛନ୍ତି । ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨-ରାଜ୍ୟରେ ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି । ୨୮୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫ […]

You May Like

Pin It on Pinterest