ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକ ପରେ ସୀମାରୁ ପଛକୁ ଘୁଞ୍ଚିବ ଚୀନ୍‌…

ବାସ୍ତବ ବ୍ୟୁରୋସୋମବାର ଉଭୟ ଭାରତ-ଚୀନ ପକ୍ଷରୁ ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକ ହୋଇଥିଲା । ପ୍ରାୟ ୧୧ଘଂଟା ଧରି ଉଭୟ ପକ୍ଷଙ୍କ ଆଲୋଚନା ପରେ ପୂର୍ବ ଲଦାଖ ସ୍ଥିତ ପାନଗଙ୍ଗ ସୋ ଅଂଚଳରୁ ସୈନ୍ୟ ଘୁଞ୍ଚିବାକୁ ସହମତି ପ୍ରକାଶ କରିଛି ଚୀନ୍ ।

ଜୁନ୍‌ ୧୫ରେ ଗଲୱାନ୍‌ ଘାଟିରେ ଚୀନ ପକ୍ଷରୁ ହୋଇଥିବା ଆକ୍ରମଣ ପୂର୍ବନିର୍ଦ୍ଧାରିତ ହୋଇଥିବା ବେଳେ ଚୀନ ସେନା ଅଯଥାରେ ହିଂସା ପ୍ରଦର୍ଶନ କରି ଏପରି କାଣ୍ଡ ରଚିଛି ବୋଲି ଅଭିଯୋଗ ‌ଆଣିଥିଲା ଭାରତ ।

ଭାରତୀୟ ସେନା କହିଛି ଯେ, ଭାରତ-ଚୀନ୍ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଏକ ଆନ୍ତରିକ, ସକରାତ୍ମକ ଏବଂ ଗଠନମୂଳକ ପରିବେଶରେ ହୋଇଛି । ଉଭୟ ପକ୍ଷ ପାରସ୍ପରିକ ସମ୍ମତି ଦେଇ ଉତେଜନା ଓ କଳହରୁ ଓହରି ଯିବାକୁ ରାଜି ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ନୂଆ ଇତିହାସ ଲେଖିଲା ଶ୍ରୀକ୍ଷେତ୍ର

Tue Jun 23 , 2020
ବାସ୍ତବ ବ୍ୟୁରୋ–ଆଜି ନୂଆ ଇତିହାସ ଲେଖିଲା ଶ୍ରୀକ୍ଷେତ୍ର । ଯାହା କେବେ ବି ହୋଇନଥିଲା ଆଜି ତାହା ହିଁ ଘଟିଛି କାଳିଆର ଘୋଷଯାତ୍ରା ରେ । ରାତି ପାହିଲା ବେଳକୁ ମନ୍ଦିରର ରୀତିନୀତି ଯେମିତି ଆରମ୍ଭ ହେବା କଥା ସେମିତି ହୋଇଥିଲା । ନିର୍ଧାରିତ ସମୟରେ ଲକ୍ଷ୍ମୀ ଠାକୁରାଣୀ ଙ୍କ ରାନ୍ଧଣା କେଚୁଡ଼ି ଖାଇ ଭାଇ ଭଉଣୀ ଙ୍କୁ ସଙ୍ଗରେ ଧରି ବାହାରି ପଡ଼ିଥିଲେ କାଳିଆ ରଜା ଧାଡି ପହଣ୍ଡି […]

You May Like

Pin It on Pinterest