ବାସ୍ତବ ବ୍ୟୁରୋ : ରଥଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ପୋଲିସ, ସେବାୟତ ଓ ସଫେଇ କର୍ମଚାରୀମାନଙ୍କର ହେବ କୋଭିଡ ଟେଷ୍ଟ । ଆଜି ସର୍କିଟ ହାଉସରେ ଆୟୋଯିତ ହୋଇଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକର ନିଷ୍ପତ୍ତି ମୁତାବକ ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ ।
ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଙ୍କ ସୂଚନା ଅନୂଯାୟୀ, ଯେହେତୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ଅଛି ତେଣୁ ଯେଉଁମାନେ ସାମିଲ ହେବେ ସେମାନେ କରୋନା ନେଗେଟିଭ ବୋଲି ସୁନିଶ୍ଚିତ କରିବା ପାଇଁ ଏହି ବ୍ୟାପକ ଟେଷ୍ଟ କରାଯିବ । ୨୮ ତାରିଖ ପୂର୍ବରୁ ଟେଷ୍ଟିଙ୍ଗ ପ୍ରକ୍ରିୟା ସରିବ । ଯେଉଁମାନଙ୍କର ନେଗେଟିଭ ଆସିବ ସେମାନେ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ । ସେହିପରି ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଈଜ କରାଯିବ । ସେବାୟତଙ୍କ ପରିବାରକୁ ସଚେତନ କରାଯିବା ସହ କୋଭିଡ ନିୟମ ସମ୍ପର୍କରେ ଅବଗତ କରାଯିବ ।




