୧-ଆଜି ରାଜ୍ୟର ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ୨୪୫ କରୋନା ଆକ୍ରାନ୍ତ । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଥିବା ବେଳେ ୪୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୬ ରହିଛି ।
୨-ଆସନ୍ତା ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି କିଛି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣି ମଧ୍ୟ ଜାରି କରିଛି ପାଣିପାଗ ବିଭାଗ ।
୩-ରାଜ୍ୟ କୁ ଫେରିଲେଣି ୩ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ।

୪-ଗଜପତି ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଂଟିନ ଅବଧିକୁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ । ଫେରୁଥିବା ପ୍ରବାସୀମାନେ କ୍ୱାରେଂଟିନ ସେଂଟରରେ ୧୪ ଦିନ ପରିବର୍ତେ ୨୧ ଦିନ ରଖିବାକୁ ନିଷ୍ପତି ନେଇଛନ୍ତି ।
୫-ପଙ୍ଗପାଳମାନଙ୍କର ସଂଖ୍ୟା ବହୁଗୁଣରେ ବଢ଼ିଯିବାର ଆଶଙ୍କା ଦେଖାଯାଇଛି । ରାଜସ୍ଥାନର ବିକାନେରରେ ପଙ୍ଗପାଳମାନେ ଅଣ୍ଡା ଦେବା ଆରମ୍ଭ କରିଲେଣି ।
୬-ଜୁନ୍ ୨୯ ତାରିଖ ଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟ ମଧ୍ୟରେ ଚଳାଚଳ କରୁଥିବା ସାତଟି ସ୍ବତନ୍ତ୍ର ରେଳଗାଡ଼ିର ଚଳାଚଳ ବାତିଲ କରିଛି ।
୭-ମଣିପୁରରେ ଜୁଲାଇ ୧ରୁ ୧୫ ଯାଏଁ ବଢ଼ିଲା ଲକଡାଉନ୍ ।
୮-ଆଜି ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କାରଣରୁ ତିନି ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି ।
୯-ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୩୧୮କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ୩୨୧୭୨୨ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୧୬୪୭୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ, ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୧୨୦ ରହିଛି ।
୧୦-ପ୍ରତି ସପ୍ତାହରେ ହେବ ଭାରତ-ଚୀନ୍ ମଧ୍ୟରେ ବୈଠକ ।
୧୧-ବିଶ୍ବରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୧୧ ହଜାର ହୋଇଥିବା ବେଳେ ୪୧ ଲକ୍ଷ ୨୪ ହଜାର ୯୫୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସେହିଭଳି ୫୪ ଲକ୍ଷ ୮୪ ହଜାର ୮୦୦ରୁ ଅଧିକ ଲୋକ ବର୍ତ୍ତମାନ ସୁଦ୍ଧା ଏଥିରୁ ଆରୋଗ୍ୟ ଲାଭ କରିଥିବା ବେଳେ ମୃତୁସଂଖ୍ୟା ୫ ଲକ୍ଷ ଟପିଯାଇଛି ।
