ଓଡ଼ିଶାରେ ପହଞ୍ଚିଲା ସଞ୍ଜିବନୀ…

ବାସ୍ତବ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ପହଁଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଉକ୍ତ ଔଷଧ ହସ୍ପିଟାଲରେ ଚିତ୍କିସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।

କରୋନା କୁ କେତେକାଂଶରେ ମାତ ଦେଇ ପାରୁଥିବା ଆଣ୍ଟି ଭାଇରାଲ ଔଷଧ ରେମଡେସିଭିର କୁ ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ‘ହେଟେରୋ’ ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା ।  ଏହା ପରେ ହେଟେରୋ ଏହାର ନାମ ‘କୋଭିଫର୍’ ରଖି ଉତ୍ପାଦନ ଆରମ୍ଭ କରିଥିଲା । 

କମ୍ପାନୀ ପ୍ରଥମ ପର୍ଯ୍ୟାୟରେ  ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନା ପରି କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟକୁ ୨୦,୦୦୦ କୋଭିଫର ବୋତଲ ପଠାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା ଓ ଭୁବନେଶ୍ୱର, ରାଞ୍ଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ଆଜି ଏହି ଔଷଧ ଓଡ଼ିଶାରେ ପହଞ୍ଚିଛି ।

ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଏହି ଔଷଧ ଶହେ ମିଲିଗ୍ରାମ୍ ଭିଆଲରେ (ଇଞ୍ଜେକ୍ସନ ଯୋଗ୍ୟ) ଉପଲବ୍ଧ । ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ତତ୍ବାବଧାନରେ ଏହା ଏକ ଡାକ୍ତରଖାନାରେ, ଗୁରୁତର ଚିକିତ୍ସା ସେଟିଂରେ ଦିଆଯିବା ଆବଶ୍ୟକ ବୋଲି କମ୍ପାନି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ଏହି ଔଷଧ ପ୍ରତି ଭିଆଲ୍ ୫,୪୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ତେବେ, ଏହି ଔଷଧ ଗର୍ଭବତୀ ମହିଳା, ଲିଭର ଓ କିଡ୍‌ନୀ ଫେଲ୍‌ ଥିବା ରୋଗୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଦିଆଯିବ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତରେ ବ୍ୟାନ୍‌ ହେଲା ଟିକ୍‌ଟକ୍‌ ସହ ଅନ୍ୟ ୫୯ ଚାଇନିଜ ମୋବାଇଲ ଆପ...

Mon Jun 29 , 2020
ବାସ୍ତବ ବ୍ୟୁରୋ: ଭାରତରେ ବ୍ୟାନ୍‌ ହେଲା ଟିକ୍‌ଟକ୍‌ ସହ ଅନ୍ୟ ୫୯ ଚାଇନିଜ ମୋବାଇଲ ଆପ । ଗତ ସପ୍ତାହରେ ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । LAC  ରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଏହି ନିଷ୍ପତି ନିଆଯାଇଛି । ଭାରତ ରେ ଅତି ଲୋକପ୍ରିୟ ଟିକଟକ, […]

You May Like

Pin It on Pinterest