ଯୋଡ଼ିହେଲା ସାପ୍ତାହିକ ସଟ୍‌ଡାଉନ୍‌ ତାଲିକାରେ ନୟାଗଡ଼, ବଲାଙ୍ଗୀର ଓ ବରଗଡ଼

ବାସ୍ତବ ବ୍ୟୁରୋ : ସାପ୍ତାହିକ ସଟ୍‌ଡାଉନ୍‌ ତାଲିକାରେ ଯୋଡ଼ି ହୋଇଛି ରାଜ୍ୟର ଆହୁରି ୩ଟି ଜିଲ୍ଲା । ଜିଲ୍ଲା ପ୍ରଶାସନର ଘୋଷଣା ଅନୁସାରେ ଜୁଲାଇ ମାସରେ ନୟାଗଡ଼, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌ ହେବ ।

ଏହି ୩ଟି ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସେବାକୁ ବାଦ ଦେଲେ ଜୁଲାଇ ମାସ ଶେଷ ଯାଏଁ ବାଣିଜ୍ୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଯାନବାହନ ଚଳାଚଳ, ହେଟେଲ, ରେଷ୍ଟୁରାଣ୍ଟ ଓ ବାର ବନ୍ଦ ରହିବ ।

ଏହି ୩ଟି ଜିଲ୍ଲା କୁ ମିଶାଇ ରାଜ୍ୟରେ ସଟ୍‌ଡାଉନ ତାଲିକାରେ ୧୩ଟି ଜିଲ୍ଲା ସାମିଲ ହୋଇଛି । ପୂର୍ବରୁ ୧୦ଟି ଜିଲ୍ଲାକୁ ସଟ୍‌ଡାଉନ ତାଲିକାରେ ରଖାଯାଇ ଥିଲା । ଏଗୁଡ଼ିକ ହେଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା ।

ତେବେ, ଦିନକୁ ୧୭ ଘଣ୍ଟା ସଟ୍‌ଡାଉନ ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଅପରାହ୍ନ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରାଯାଇ ଅଛି, ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମିତି ମିଳିଛି ।ନୟାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୩ଟି ଓ୍ଵାର୍ଡରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି । ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଖୋଲିବ ଏବଂ ଅପରାହ୍ନ ୨ଟାରେ ବନ୍ଦ ରହିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସରକାରଙ୍କ ହତାଦର କାହିଁକି ?

Thu Jul 2 , 2020
ବାସ୍ତବ ବ୍ୟୁରୋ : ଦୀର୍ଘ ସାତ ବର୍ଷ ଧରି ଓଡ଼ିଶାର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପାର୍ଟ ଟାଇମ୍ ଶିକ୍ଷକ ଭାବରେ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଥିଲେ ଓଡିଶା ସରକାର । କୋଭିଡ୍-୧୯ ମହାମାରୀ ସମୟରେ ସରକାର ବସ୍ତି ବାସିନ୍ଦା ଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନୀ ପର୍ଯ୍ୟନ୍ତ ଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିଛନ୍ତି ହେଲେ ଦୁଃଖର ବିଷୟ ସରକାର […]

You May Like

Pin It on Pinterest