ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ୫୫୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୭ ରହିଛି । ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି ।

୨-ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି ।

୩-ଓଡିଶାରେ ପ୍ରଥମ, ସମ୍ ହସ୍ପିଟାଲରେ ହେବ କୋଭିଡ-୧୯ ଭ୍ୟାକସିନ୍‌ର ପରୀକ୍ଷଣ ।

୪-ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି

୫-ଗଞ୍ଜାମ ଜିଲ୍ଲାରେ ୫ ପୋଲିସ କର୍ମଚାରୀଙ୍କୁ କରୋନା

ଆସନ୍ତା‌ ୧୩ ତାରିଖଠାରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜରେ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ।

୭-ପରଲୋକରେ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ।

୮-କରୋନା ଭାଇରସର ସମ୍ଭାବ୍ୟ ଟିକା ମଣିଷଙ୍କ ଉପରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଫାର୍ମା କମ୍ପାନୀ ଜିଡସ୍ କାଡିଲାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

୯-୩୩ଟି ନୂଆ ଫାଇଟର ଜେଟ୍ କିଣିବାକୁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ ।  

୧୦- ଆଜି ସକାଳେ ଲେହରେ ସୀମାରେ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୧୧-ସମଗ୍ର ଦେଶରେ ୬୨୫୫୪୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୭୯୮୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧୮୨୧୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୭୪୩୯ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଏବେ କିନ୍ନର ପାଇବେ ଭତ୍ତା...

Fri Jul 3 , 2020
ବାସ୍ତବ ବ୍ୟୁରୋ : ରାଜ୍ୟରେ ଏବେ କିନ୍ନର ପାଇବେ ଭତ୍ତା । ରାଜ୍ୟ ସରକାର ଏମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇ କହିଛନ୍ତି, କଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏବେଠାରୁ କିନ୍ନରମାନେ ମଧୁବାବୁ ପେନସନ ୱେବସାଇଟରେ ଆବେଦନ କରିପାରିବେ । ତେବେ, ମଧୁବାବୁ ପେନସନ ଯୋଜନାରେ ସହାୟତା ପାଉଥିବା ହିତାଧିକାରୀଙ୍କୁ ଆଉ ହଜାରେ ଟଙ୍କା ମିଳିବ […]

You May Like

Pin It on Pinterest