୮ତାରିଖ ପର୍ଯ୍ୟନ୍ତ ସଟଡାଉନ ହେଲା କଟକ

ବାସ୍ତବ ବ୍ୟୁରୋ: ଆଜିଠାରୁ ଆରମ୍ଭ କରି ଆସନ୍ତା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟଡାଉନ ରହିବ ବୋଲି ଘୋଷଣା କରିଛି କଟକ ମହାନଗର ନିଗମ(ସିଏମସି) । ଏହି ସଟଡାଉନ ୮ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ରହିବ ।ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ । ଜିନିଷ କିଣିବା ସମୟରେ ଲୋକେ ସାମାଜିକ ଦୂରତା ସହ ସତର୍କତା ଅବଲମ୍ବନ କରିବାକୁ କହିଛି ସିଏମସି । ଜରୁରୀ ନ ଥିଲେ କେହି ବାହାରକୁ ନବାହାରିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି ।

କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ହି ପଦକ୍ଷପ ନିଆଯାଇଛି । ସଟଡାଉନ କାଳରେ ଔଷଧ ଦୋକାନ ଖୋଲା ରହିବା ସହ ଜରୁରୀ ଜିନିଷର ଅନଲାଇନ ଡେଲିଭରିକୁ ଅନୁମତି ଦିଆଯାଇଛି । ଏହା ସହ ଜରୁରୀ ସେବା ଯେମିତିକି ପାଣି ଏବଂ ବିଦ୍ୟୁତ ଯୋଗାଣ ଅନ୍ୟ ଦିନ ଭଳି ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରି ଦିଆ ଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Jul 5 , 2020
୧- ଆଜି ରାଜ୍ୟର ୨୦ଟି ଜିଲ୍ଲାରୁ ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ କୁ ବୃଦ୍ଧି । ଏବେ ମୋଟ୍ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରହିଛି । ୨-ଆଜି ରାଜ୍ୟରେ ଆଉ ୨ ଜଣଙ୍କର କରୋନାରେ ଜୀବନ ଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ୩-ଆସନ୍ତା ଦୁଇ […]

You May Like

Pin It on Pinterest