ଆଜିର ଖାସ୍ ଖବର

୧- ଆଜି ରାଜ୍ୟ ୨୦ଟି ଜିଲ୍ଲାରୁ ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ କୁ ବୃଦ୍ଧି । ଏବେ ମୋଟ୍ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୦ ରହିଛି ।

୨-ଆଜି ରାଜ୍ୟରେ ଆଉ ୨ ଜଣଙ୍କର କରୋନାରେ ଜୀବନ ଯାଇଛି  କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

୩-ଆସନ୍ତା ଦୁଇ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ।

୪-ଐତିହାସିକ ରଥଯାତ୍ରା ଶେଷ। ରତ୍ନବେଦିରେ ଦାରୁବ୍ରହ୍ମ। ଆଜିଠୁ ମିଳିବ ନିଳାଚଳ ଅବଢ଼ା।

୫-ଆଜିଠାରୁ ପୁରୀ ଜିଲ୍ଲାକୁ ପ୍ରବେଶ ନିଷେଧ । ଜୁଲାଇ ୫ ଠାରୁ ଆସନ୍ତା ୩୧ ତାରିଖ ଯାଏଁ ବାହାର ରାଜ୍ୟର ଲୋକେ ପୁରୀ ଆସିବାକୁ ମନା

୬-ନୌବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପାରାଦୀପ ବନ୍ଦର ଦେଶର ଶ୍ରେଷ୍ଠ ବନ୍ଦର ମାନ୍ୟତା, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ।

୭-ରାଜଭବନରେ ୬ରୁ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ।

୮-ଜୁଲାଇ ୮ ଯାଏ ଓଡ଼ିଶା ହାଇକୋର୍ଟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।

୯-ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି।

୧୦-ପ୍ରସିଦ୍ଧ ଅମରନାଥ ଯାତ୍ରା ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହୋଇପାରେ ।

୧୧-କଟକ ଏସ୍‌ସିବିରେ ଖୋଲିବ ଫୁସ୍‌ଫୁସ୍‌ଜନିତ ରୋଗ ଚିକିତ୍ସା ଔଷଧୀୟ ସଂପର୍କିତ ଡକ୍ଟରେଟ୍‌ ପାଠ୍ୟକ୍ରମ, ପୂର୍ବ ଭାରତରେ ପ୍ରଥମ।

୧୨-ନୂଆଦିଲ୍ଲୀ:୨୦୧୯-୨୦ ଆର୍ଥିକ ବର୍ଷର ଆୟକରରିଟର୍ଣ ଦାଖଲ ଅବଧି ନଭେମ୍ବର ୩୦କୁ ବଢ଼ିଲା।

୧୩-ଆଜି ସମଗ୍ର ବିଶ୍ୱରେ ୧ କୋଟି ୧୩ ଲକ୍ଷ ୭୨ ହଜାର ୪ ଜଣ କରୋନା ଭାଇରସରୁ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୨ ହଜାର ୮୬୧ ଜଣଙ୍କର ମୃତ୍ୟୁ ହୋଇସାରିଛି । ୬୪ ଲକ୍ଷ ୩୩ ହଜାର ୯୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଲକ୍ଷ ୫ ହଜାର ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । 

୧୪-ଭାରତ-ଚୀନ୍ ସୀମା ବିବାଦ : ସୁଖୋଇ ଏବଂ ମିଗ୍ ଯୁଦ୍ଧ ବିମାନ ଉଡାଇ ଭାରତ ପ୍ରଦର୍ଶନ କଲା ସାମରିକ ଶକ୍ତି ।

୧୫-ଆଜି ଆମେରିକା ପାଳନ କରୁଛି ୨୪୪ତମ ସ୍ଵାଧିନତା ଦିବସ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶର ସମସ୍ତ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ଖବର

Sun Jul 5 , 2020
ବାସ୍ତବ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି, ଯାଜପୁର, ସୋନପୁର, ସମ୍ବଲପୁର, ଭଦ୍ରକ ଏବଂ ବରଗଡ଼ । ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ତେବେ, ଆସନ୍ତାକାଲି ସୁଦ୍ଧା କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, […]

You May Like

Pin It on Pinterest