୧-ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି । ମୋଟ୍ ୬୪୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୭ ରହିଛି ।
୨-ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି ।
୩-କୋଭିଡ ସାମାଜିକ ଦୂରତା ନିୟମର ପ୍ରଥମ ଉଲ୍ଲଂଘନ କଲେ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ଏବଂ ୧୫ଦିନ ପାଇଁ ଦୋକାନ ବନ୍ଦ କରାଯିବ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ସୂଚନା ।
୪-ହୀରାକୁଦର ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍ ନିର୍ମାଣ ହେବ ।
୫- ଆଜି ସନ୍ଧ୍ୟା ୬ଟାରେ ବସିବ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।
୬- ଆଜିଠୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଆସିବାକୁ ମନା ।
୭-ବିଧାନସଭା କର୍ମଚାରୀଙ୍କର ହେବ କରୋନା ପରୀକ୍ଷା ।
୮- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।
୯-କଠୋର ହେଉଛି କଟକଣା : ହଟ୍ସ୍ପଟ୍ ଜିଲ୍ଲାରୁ କଟକ ଆସିଲେ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍।
୧୦-୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ହେବ:OREDA
୧୧-ଅଗଷ୍ଟ ପହିଲାରୁ ୨୦ ତାରିଖ ଯାଏଁ Onlineରେ ହେବ Diploma End Semester ପରୀକ୍ଷା।
୧୨-ରେଳବାଇ ସୃଷ୍ଟି କଲା ଇତିହାସ : ସୋଲାର ପାଓ୍ଵାରରେ ଚାଲିବ ଟ୍ରେନ୍, ଏମିତି କରିବାରେ ବିଶ୍ୱରେ ଏହା ହେଉଛି ପ୍ରଥମ ଦେଶ ।
୧୩-ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଲକ୍ଡାଉନ୍ରେ କରିବେ ପରୀକ୍ଷା, ଉଚ୍ଚ ଶିକ୍ଷା ବିଭାଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସବୁଜ ସଙ୍କେତ। ନାମଲେଖା ଓ ଶିକ୍ଷା ବର୍ଷ କ୍ୟାଲେଣ୍ଡର ସୂଚନା ଖୁବଶିଘ୍ର ମିଳିବ।
୧୪–ମଗ୍ର ଦେଶରେ ୭୧୯୬୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୩୯୯୪୭ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୨୦୧୬୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୫୫୭ ରହିଛି ।
୧୫-ପଛକୁ ହଟିଲା ଚୀନ୍ ସେନା।ଭାରତୀୟ ଏନଏସଏ ମୁଖ୍ୟ ଅଜିତ ଡୋଭାଲ ଓ ଚୀନ ବିଦେଶ ମନ୍ତ୍ରୀଙ୍କ ଆଲୋଚନା ଫଳପ୍ରଦ ହୋଇଥିବା ସୂଚନା, ଗଲୱାନ ଘାଟିରୁ ଡ୍ରାଗନ ବାହିନୀ ୧ ରୁ ୨ କିଲୋମିଟର ପଛକୁ ହଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ।




