୧- ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ପୁଣି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ବୃଦ୍ଧି ପାଇଛି ।ଏଥିମଧ୍ୟରୁ ୫୫୩୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୨-ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି।
୩- ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ଶ୍ରାବଣ ଅମାବାସ୍ୟା ।
୪-କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି: CMC କମିଶନର।
୫-କ୍ରାନ୍ତି ଦିବସରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ।
୬-କଟକରେ ବନ୍ଦ ହେବ ଗଣେଶ ପୂଜା, ସାମୂହିକ ପୂଜା ବନ୍ଦ ହେବା ନେଇ ଶାନ୍ତି କମିଟି ଓ କମିଶନରେଟ ପୋଲିସର ପକ୍ଷରୁ ନିଷ୍ପତ୍ତି।
୭-ରାଜ୍ୟରେ ପ୍ଲାଜମା ଥେରାପି ସଫଳ, ପ୍ଲାଜମା ଦେବାକୁ ଆଗେଇ ଆସିଲେ NDRFର ୮୦ ଯବାନ।
୮-ଭାରତରେ ସମୁଦାୟ୧,୧୧୮,୦୪୨ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୦୦୮୬ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୭୪୯୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୪୫୯ରେ ପହଞ୍ଚିଛି ।
୯-ଆସାମରେ ବନ୍ୟା ଓ ଭୂସ୍ଖଳନ କାରଣରୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଂଚିଛି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଆସାମରେ ବନ୍ୟା କାରଣରୁ ଦେଖାଯାଇଥିବା ଅସୁବିଧାର ସମାଧାନ ପାଇଁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୧୦-ଗ୍ରାହକଙ୍କୁ ଠକିବା ଏବେ ପଡିବ ମହଙ୍ଗା, ଦେଶରେ ଆଜିଠୁ ଲାଗୁ ହେବ ନୂଆ ଉପଭୋକ୍ତା ଆଇନ ।
୧୧- ସାରା ବିଶ୍ୱରେ ୧ କୋଟି ୪୬ ଲକ୍ଷ ୪୦ ହଜାର ୩୨୬ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୬ ଲକ୍ଷ ୮ ହଜାର ୮୫୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮୭ ଲକ୍ଷ ୩୦ ହଜାର ୩୪୮ ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୧ ହଜାର ୧୨୪ ଜଣ ଲୋକ ସକ୍ରିୟ ଅଛନ୍ତି ।
୧୨-ଚୀନକୁ ଭାରତଠାରୁ ବି ବଡ଼ ଝଟ୍କା ଦେବ ଜାପାନ , ସବୁ କମ୍ପାନୀକୁ ଚୀନରୁ ଫେରିଆସିବାକୁ କହିଲା ।
୧୩-ଟାର୍ଗେଟ୍ରେ ଚୀନ: ୯୦ ଲଢୁଆ ବିମାନ, ୩୦୦୦ ନୌସୈନିକ ସହିତ ଆଣ୍ଡାମାନ ନିକୋବର ପହଞ୍ଚିଲା ଆମେରିକା ଯୁଦ୍ଧ ଜାହାଜ ।




