ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୯୨ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୬୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୨-ଭଦ୍ରକ ପୌରପାଳିକାର ୧୨ଟି ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା

୩-ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟ‌ରେ ପୁଣି ମୌସୁମୀ ସକ୍ରିୟ ହେବ

୪-କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ବିଶ୍ୱ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା, ଆସନ୍ତା ଦୁଇଟି ଶିକ୍ଷାବର୍ଷ ପାଇଁ ମାଗଣାରେ ପଢ଼ିବାର ସୁଯୋଗ।ବିପିଏଲ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ।

୫-ସ୍ବିଡେନ୍‌ ସରକାରଙ୍କ କଳା ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୬-ଆଜି ହାଇ ଥ୍ରୁପୁଟ୍ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

୭-ବିହାରରେ ବନ୍ୟା ଯୋଗୁଁ ୧୦ ଲକ୍ଷ ଲୋକ ପ୍ରଭାବିତ

୮-ପୁନର୍ବାର ସୁଧ ହାର ହ୍ରାସ କରିପାରେ ରିଜର୍ଭ ବ୍ୟାଙ୍କ , 0.25 ପ୍ରତିଶତ ହ୍ରାସ ହୋଇପାରେ

୯-ଭାରତରେ ୧୪,୩୫,୪୫୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୯,୧୭,୫୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୩୨,୭୭୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫,୧୧୪ ରହିଛି

୧୦-କରୋନାର ଘାତକ ରୂପ: ସୁସ୍ଥ ହେବା ପରେ ବି ଅଚାନକ ମୃତ୍ୟୁ !!

୧୧-ଚୀନକୁ ନଜରରେ ରଖି ବାଂଲାଦେଶକୁ ୧୦ ଟି ବ୍ରଡ-ଗେଜ୍ ଲୋକୋମୋଟିଭ୍ ହସ୍ତାନ୍ତର କରିବ ଭାରତ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ଖବର

Mon Jul 27 , 2020
ବାସ୍ତବ ବ୍ୟୁରୋ-ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ସଂପ୍ରତି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଅବସ୍ଥିତ ରହିଛି ଏବଂ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଏଥିସହ ଅନ୍ୟ […]

You May Like

Pin It on Pinterest