ପରିବର୍ତନ ହେଲା ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟର ନାଁ

ବାସ୍ତବ ବ୍ୟୁରୋ- ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟ (MHRD) ର ନାମ କୁ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର କ୍ୟାବିନେଟ ଆଜି ଏହାର ବୈଠକରେ ନିଷ୍ପତ୍ତି ନେଇଛି । କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଦିନକ ପରେ ଘୋଷଣା କରାଯିବ । ଆଜି ଅପରାହ୍ନ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ସବିଶେଷ ତଥ୍ୟ ଦେବେ ।

ସୂଚନାନୁଯାୟୀ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫ ରୁ ଏହି ପ୍ରସ୍ତାବ ଦିଆଯାଇଥିଲା କି,ମନ୍ତ୍ରଣାଳୟର ବର୍ତ୍ତମାନର ନାମକୁ ପରିବର୍ତ୍ତନ କରି ‘ଶିକ୍ଷା ମନ୍ତ୍ରଣାଳୟ’ କରାଯାଉ ଏବଂ ମୋଦୀ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହ ନୂତନ ଶିକ୍ଷା ନୀତି କୁ ମଧ୍ୟ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସମଗ୍ର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ କେବଳ ଗୋଟିଏ ନିୟାମକ ସଂସ୍ଥା ରହିବ ଯାହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଦୂର ହୋଇପାରିବ ।

କେନ୍ଦ୍ର ସରକାର ଏହା ବିଶ୍ୱାସ କରନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯାହାଦ୍ୱାରା ଭାରତ ବିଶ୍ୱରେ ଜ୍ଞାନ ର ଏକ ମହାଶକ୍ତି ହୋଇପାରିବ ଶିକ୍ଷା ମନ୍ତ୍ରଣାଳୟର ପ୍ରାଥମିକ ସ୍ତରରେ ଦିଆଯାଇଥିବା ଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ଆଣିବା ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଢାଞ୍ଚାରେ ବିଭିନ୍ନ ଭାଷାର ଜ୍ଞାନ, ଏକବିଂଶ ଶତାବ୍ଦୀର କୌଶଳ, କ୍ରୀଡା, କଳା ଏବଂ ବାତାବରଣ ସହିତ ଜଡିତ ବିଷୟଗୁଡ଼ିକ ମଧ୍ୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ।

ଭାରତର ଉଚ୍ଚଶିକ୍ଷା ଆୟୋଗ, ଉଚ୍ଚଶିକ୍ଷା ପାଇଁ ‘ଜାତୀୟ ଉଚ୍ଚଶିକ୍ଷା ନିୟାମକ ପ୍ରାଧିକରଣ (NHERA)’ ନାମକ ଏକ ମନ୍ତ୍ରଣାଳୟ ଗଠନ କରିଛି । ଜାତୀୟ ଶିକ୍ଷା ନୀତି ୧୯୮୬ ରେ ପ୍ରସ୍ତୁତ କରାଯାଇଥିଲା ଏବଂ ୧୯୯୨ ରେ କିଛି ପରିବର୍ତ୍ତନ କରାଯାଇଥିଲା । ତିନି ଦଶନ୍ଧି ପରେ ମଧ୍ୟ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅନଲକ୍ ୩:ଆସନ୍ତୁ ଜାଣିବା କ'ଣ ରହିଛି ଗାଇଡ୍ ଲାଇନ୍....

Wed Jul 29 , 2020
ବାସ୍ତବ ବ୍ୟୁରୋ-ଜୁଲାଇ ୩୧ ତାରିଖରେ ଅନଲକ୍‌-୨ ସରୁଥିବା ବେଳେ ଏହି ପରିପ୍ରେକ୍ଷୀ​‌ରେ କେନ୍ଦ୍ର୍ ସରକାର ବୁଧବାର ଅନଲକ-୩ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସରକାର ଅନଲକ୍ -୩ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।୧ ଅଗଷ୍ଟରୁ ଅନଲକ୍ -୩ ପ୍ରଯୁଜ୍ୟ ହେବ । ଏହାର ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ । କଣ୍ଟେନମେଣ୍ଟ୍ ଜୋନ୍‌ରେ ପୂର୍ବବତ୍ କଟକଣା ଜାରି ରହିବ । ଗୃହ ମନ୍ତ୍ରଣାଳୟ କହିଛି ଯେ […]

You May Like

Pin It on Pinterest