ଅନଲକ୍ ୩:ଆସନ୍ତୁ ଜାଣିବା କ’ଣ ରହିଛି ଗାଇଡ୍ ଲାଇନ୍….

ବାସ୍ତବ ବ୍ୟୁରୋ-ଜୁଲାଇ ୩୧ ତାରିଖରେ ଅନଲକ୍‌-୨ ସରୁଥିବା ବେଳେ ଏହି ପରିପ୍ରେକ୍ଷୀ​‌ରେ କେନ୍ଦ୍ର୍ ସରକାର ବୁଧବାର ଅନଲକ-୩ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସରକାର ଅନଲକ୍ -୩ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।୧ ଅଗଷ୍ଟରୁ ଅନଲକ୍ -୩ ପ୍ରଯୁଜ୍ୟ ହେବ ଏହାର ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ । କଣ୍ଟେନମେଣ୍ଟ୍ ଜୋନ୍‌ରେ ପୂର୍ବବତ୍ କଟକଣା ଜାରି ରହିବ । ଗୃହ ମନ୍ତ୍ରଣାଳୟ କହିଛି ଯେ ଆଜି ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ମତାମତ ଉପରେ ଆଧାରିତ। ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ବ୍ୟାପକ ଆଲୋଚନା ହୋଇଛି। 

ଆସନ୍ତୁ ଜାଣିବା କ’ଣ ଖୋଲା ରହିବ, କ’ଣ ନାହିଁ….

  • ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ସାରା ଦେଶରେ ରାତ୍ରି କର୍ଫ୍ୟୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି ।
  • ଯୋଗ ପ୍ରତିଷ୍ଠାନ ଏବଂ ଜିମ୍ ଗୁଡିକ ଅଗଷ୍ଟ ୫,୨୦୨୦ ରୁ ଖୋଲିବାକୁ ଅନୁମତି ଦିଆଯିବ ।
  • ବନ୍ଦେ ଭାରତ ମିଶନ ଆଧାରରେ ସୀମିତ ସଂଖ୍ୟାରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି। 
  • ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ।
  • ମେଟ୍ରୋ,ଅଡିଟୋରିୟମ୍,ମନୋରଞ୍ଜନ ପାର୍କ,ସିନେମା ହଲ୍,ବାର, ଆସେମ୍ବ୍ଲି ହଲ, ସୁଇମିଂ ପୁଲ, ସ୍ପୋର୍ଟସ୍ ସେକ୍ଟର ବନ୍ଦ ରହିବ।
  • କଣ୍ଟେନମେଣ୍ଟ ଜୋନ୍‌ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ରହିବ।
  • ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ ।
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Jul 30 , 2020
୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ୧୧୨୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆସନ୍ତାକାଲିଠୁ ବଲାଙ୍ଗୀର ସଟଡାଉନ । ୩-ପୁରୀ:ରଥଭଙ୍ଗା କାମ ଆରମ୍ଭ, ଏଥର ସଂଗ୍ରହାଳୟରେ ରହିବ ତିନି ରଥ । ୪-ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ବୋର୍ଡ କଣ୍ଟ୍ରୋଲ […]

You May Like

Pin It on Pinterest