୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ୧୧୨୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୨-ଆସନ୍ତାକାଲିଠୁ ବଲାଙ୍ଗୀର ସଟଡାଉନ ।
୩-ପୁରୀ:ରଥଭଙ୍ଗା କାମ ଆରମ୍ଭ, ଏଥର ସଂଗ୍ରହାଳୟରେ ରହିବ ତିନି ରଥ ।
୪-ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ବୋର୍ଡ କଣ୍ଟ୍ରୋଲ ରୁମ୍ ନମ୍ବର । ଅଗଷ୍ଟ ୬ରୁ ଅନ୍ଲାଇନ୍ରେ ଚେକିଂ-ଆଡିସନ୍ ଆବେଦନ ।

୫-କୋଭିଡ୍ କଟକଣା ସହ ସ୍ୱାଧୀନତା ଦିବସ ପାଳନ ନିଷ୍ପତ୍ତି । ଏଥର ସ୍ୱାଧୀନତା ଦିବସରେ ସମ୍ମିଳିତ ପରେଡ୍ ହେବନି ।
୬-ମଧ୍ୟବିତ୍ତ ପରିବାରକୁ କନ୍ଦାଉଛି କରୋନା : ସଞ୍ଚିତ ଅର୍ଥ ଶେଷ, କରଜ ଆଶାରେ ଜୀବନ।
୭-ଜାତୀୟ ଶିକ୍ଷା ନୀତି-୨୦୨୦ : ଏଣିକି ୩ ବର୍ଷରୁ ନାମ ଲେଖା ।
୮-ଭୁବନେଶ୍ୱର-ବଲାଙ୍ଗୀର ଓ ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି ।
୯-ସଚିବାଳୟ କର୍ମଚାରୀଙ୍କ ହେବ କରୋନା ଟେଷ୍ଟ ।
୧୦-ଭାରତରେ ୧୫,୮୩,୭୯୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୦୨୦୫୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୩୪୯୬୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୮୨୪୨ ରହିଛି ।
୧୧-ବିହାରରେ ବନ୍ୟା: ୨୫ ଲକ୍ଷ ଲୋକ ବାସହୀନ, ୩୮ ଲକ୍ଷ ୪୭ ହଜାର ଲୋକ ପ୍ରଭାବିତ ।
୧୨-ଏବେ ମୋବାଇଲ୍ରୁ ଜଣାପଡ଼ିବ ସୁନାର ଗୁଣବତ୍ତା, କେନ୍ଦ୍ର ସରକାର ଲଞ୍ଚ୍ କଲେ ବିଆଇଏସ୍ ଆପ୍ ।
୧୩-ଭାରତରେ ପହଞ୍ଚିଲା ୫ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ।
୧୪-ପୁଣିଥରେ କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଉଛନ୍ତି ମୋଦି ସରକାର,ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ଯୋଜନା(PKSY) ଅନ୍ତର୍ଗତ ଆସନ୍ତା ମାସରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ ।pmkisan.gov.in ରେ ସୂଚନା ପାଇପାରିବେ।
୧୫-କୋଭିଡ-୧୯: ୬ କୋଟି କରୋନା ଟୀକା ପାଇଁ ଚୁକ୍ତି କଲା ବ୍ରିଟେନ ।
୧୬-ବିଶ୍ୱରେ ୧ କୋଟି ୭୧ ଲକ୍ଷ ୭୧ ହଜାର ୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୬ ଲକ୍ଷ ୬୯ ହଜାର ୨୪୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଭାଇରସ କବଳରେ ପଡ଼ିଥିବା ୧ କୋଟି ୬ଲକ୍ଷ ୮୦ ହଜାର ୨୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ଲକ୍ଷ ୨୧ ହଜାର ୫୫୮ ଜଣ ଲୋକ ସକ୍ରିୟ ଅଛନ୍ତି ।
୧୭-ନ୍ୟୁୟର୍କ:ଅଗଷ୍ଟ ୧୦ ସୁଦ୍ଧା ବଜାରକୁ ଛଡ଼ା ଯିବ ରୁଷ ନିର୍ମିତ କରୋନା ଟୀକା।
