ରାମନାମରେ ମୁଖରିତ ହେଉଛି ମଧୁମାଧବ ତିର୍ଥ ଗୁଡହାଣ୍ଡି ଡୋକରିଚଞ୍ଚରା।

କଳାହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଳ୍ଳା ପର୍ଯ୍ୟଟନ ମାନଚିତ୍ର ରେ ଏକ ପ୍ରମୁଖ ସ୍ଥାନ ରହିଛି ଗୁଡହାଣ୍ଡି ଡୋକରିଚଞ୍ଚରା ର ବର୍ଷସାରା ଏଠାରେ ପର୍ଯ୍ୟଟକ ମାନଙ୍କ ଭିଡ ରହୁଥିବା ବେଳେ ରାମନବମି ରେ ରାମନାମରେ ମୁଖରିତ ହୋଇପଡେ ଏହି ମଧୁମାଧବ କ୍ଷେତ୍ର। ଆଜିକୁ ୫୦ ବର୍ଷ ହେବ ଏଠାରେ ରାମନବମି ମହୋତ୍ସବ ପାଳନ ହେଉଥିବା ବେଳେ ରାମନବମି ଠାରୁ ପୁର୍ଣିମା ପର୍ଯ୍ୟନ୍ତ ନଅଦିନ ଧରି ନିରୋଳା ଡୋକରିଚଞ୍ଚରା ରେ ଗୁଞ୍ଜରିତ ହୋଇପଡେ।

ଏଠାରେ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ଦର୍ଶନ ସହ ପ୍ରକୃତିରାଣିର କୋଳରେ ଦିନଟିଏ ଅତିବାହିତ କରିବା ପାଇଁଁ ଗୁଡହାଣ୍ଡି ଡୋକରିଚଞ୍ଚରା ହୋଇପଡେ ଚଳଚଞ୍ଚଳ, ବିସ୍ତିର୍ଣ ପଥର ଉପରେ ନାଦିଣି ଝରଣାର କୁଲୁକୁଲୁ ନାଦ ସବୁ କ୍ଳାନ୍ତି କୁ କ୍ଷଣକ ମଧ୍ୟରେ ଭୁଳିଯିବା ପାଇଁଁ ନିଆରା ଅନୁଭୁତି ଦେଇଥାଏ।ଏହା ବ୍ୟତିତ ଅନେକ ପୈାରାଣିକ କିମ୍ବଦନ୍ତି ବହନ କରିଥିବା ମଧୁମାଧବ ତିର୍ଥ ରେ ରହିଛି ପୁଣ୍ୟକୁଣ୍ଡ,ମଧୁବଟ,ଗୋକୁଣ୍ଡ,ସିତାପାଦ,ଋଷିଗୁମ୍ଫା

ଭଳି ପୈାରାଣିକ ତଥ୍ୟ ସହ ଡୋକରିଦର ଓ ଭୈରବଧାର ଭଲି ଜଳପ୍ରପାତ,ସୁଉଚ୍ଚ ପାହାଡରୁ ପଡୁଥିବା ପାଣି ଇନ୍ଦ୍ରଧନୁ ର ଭ୍ରମ ସୃଷ୍ଟି କରୁଥିବା ବେଳେ ଏଠାକୁ ଆସୁଥିବା ଦର୍ଶକ ମାନଙ୍କୁ ବିମୋହିତ କରେ। ତେବେ ରାମନବମି ସମୟରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଲୁଙ୍କ ଭିଡ ପରିଳକ୍ଷିତ ହୋଇଥାଏ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହାତୀ ଆକ୍ରମଣରେ ମହିଳା ମୃତ ।

Sat Apr 20 , 2019
କଳାହାଣ୍ଡି ଜିଲ୍ଲାରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନର୍ଲା ବ୍ଲକ ଅନ୍ତର୍ଗତ ସେରଗଡ଼ ଗ୍ରାମପଞ୍ଚାୟତ ର ଶ୍ରୀପାଲି ଗ୍ରାମର ବନିତା ପୋଢ଼ (45) ପିତା ରବି ପୋଢ଼ ଏବଂ ତାଙ୍କ ଭାନଜି ବୈଷ୍ଣବୀ ପୋଢ଼ ଙ୍କ ସହିତ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଲାଗି ରହିଥିବା ନିଜ ଜମି କୁ ସକାଳ ପ୍ରାୟ ୮ଘଣ୍ଟା ସମୟରେ ଯାଇଥିଲେ । ବନିତା ପୋଢ଼ […]

You May Like

Pin It on Pinterest