ରାଜ୍ୟସଭା ସାଂସଦ ଅମର ସିଂଙ୍କ ୬୪ ବର୍ଷ ବୟସରେ ଦେହାନ୍ତ

ବାସ୍ତବ ବ୍ୟୁରୋ-ରାଜ୍ୟସଭା ସାଂସଦ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂ ଆଉ ନାହାଁନ୍ତି । ଅମର ସିଂ, ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ମାସ ଧରି ସିଙ୍ଗାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନିକଟରେ ଏକ ରିପୋର୍ଟରେ ମୁତାବକ,ସେ ଆଇସିୟୁରେ ଥିଲେ । ଏହା ପୂର୍ବରୁ ତାଙ୍କର ୨୦୧୩ ରେ କିଡନୀ ଫେଲ ହୋଇଥିଲେ ।

ଆଜି ସିଂ ନିଜେ ଟ୍ୱିଟ କରି, ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍ ବାଲ ଗଙ୍ଗାଧର ତିଲକଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ ଇଦ୍ ଅଲ ଅଦା ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଅସୁସ୍ଥତା ସତ୍ୱେ, ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ।

ଅମର ସିଂ ସମାଜବାଦୀ ଦଳର ଜଣେ ପ୍ରମୁଖ ନେତା ଥିଲେ । ଅମର ସିଂ ପ୍ରଥମେ ୧୯୯୬ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୦ ରେ ସମାଜବାଦୀ ଦଳ ତାଙ୍କୁ ବହିଷ୍କାର କରିବା ପରେ ସେ ପୁନର୍ବାର୨୦୧୬ରେ ସ୍ୱାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Aug 2 , 2020
୧-୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି । ୨-ଭୁବନେଶ୍ୱର ରେ ଖୋଲିବା ସପିଂ ମଲ୍ । ୩-ବରିଷ୍ଠ ବାୟୁସେନା କର୍ମଚାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡ଼ିଆ ପୁଅ ଦିଲ୍ଲୀପ କୁମାର ପଟ୍ଟନାୟକ । ୪-ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ୫-ଆଜିଠୁ ୩ ଦିନ ପାଇଁ ସମଗ୍ର ରାୟଗଡ଼ା ଜିଲ୍ଲା ସଟ୍‌ଡାଉନ । ୬-ଆସନ୍ତା […]

You May Like

Pin It on Pinterest