ପାଣିପାଗ ଖବର

ବାସ୍ତବ ବ୍ୟୁରୋ-ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ସତର୍କ ସୂଚନା ଜାରି କରି କହିଛି ଯେ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଝାରସୁଗୁଡା, ସମ୍ବଲପୁର, ବରଗଡ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ସମସ୍ତ ଜିଲ୍ଲଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Aug 4 , 2020
୧-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ; ୩ ଦିନ ଧରି ସାରା ରାଜ୍ୟରେ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ୨-‌ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ପୁଣି ଗଡ଼ିଲା ‘ମୋ ବସ୍’ । ୩-ଏଣିକି ନିୟମିତ ହେବ ବ୍ୟାଙ୍କ ସେବା,୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ କାର୍ଯ୍ୟ । ୪-ଏସ୍‌ସିବି ଆଇସୋଲେସନ୍‌ରେ ହେବ ଡାଏଲିସିସ୍‌ ବ୍ୟବସ୍ଥା । ୩ଟି ମେସିନ୍‌ରେ ସପ୍ତାହ‌କୁ ୩୦ କିଡ୍‌ନି ରୋଗୀ ପାଇବେ ସୁବିଧା । […]

You May Like

Pin It on Pinterest